ଆଣ୍ଟ୍‌ ଗ୍ରୁପ୍‌ରୁ ହଟିବେ ଜ୍ୟାକ୍‌ ମା’

Advertisment
ଆଣ୍ଟ୍‌ ଗ୍ରୁପ୍‌ରୁ ହଟିବେ ଜ୍ୟାକ୍‌ ମା’

euromoney.com

ନୂଆଦିଲ୍ଲୀ : ଚୀନ୍‌ର ଅନ୍ୟତମ ଧନୀ ତଥା ସାରା ବିଶ୍ବରେ ଚର୍ଚ୍ଚିତ ଉଦ୍ୟୋଗୀ ଜ୍ୟାକ୍‌ ମା’ ନିଜେ ସ୍ଥାପନ କରିଥିବା ସଂସ୍ଥା ଆଣ୍ଟ୍‌ ଗ୍ରୁପ୍‌ରୁ ହଟିଯିବେ। ସେ ଅନ୍ୟ ଅଧିକାରୀମାନଙ୍କୁ କଂପାନିର ଦାୟିତ୍ବ ହସ୍ତାନ୍ତର କରିବେ। ତାଙ୍କ ପ୍ରମୁଖ ସଂସ୍ଥା ଆଲିବାବା ଗ୍ରୁପ୍‌ ଉପରେ ଚୀନ୍ ସରକାର ନଜର ରଖିଥିବାରୁ ସେ ଆଣ୍ଟ୍‌ ଗ୍ରୁପ୍‌ର ନିୟନ୍ତ୍ରଣ ନିଜଠାରୁ ଅନ୍ୟମାନଙ୍କୁ ପ୍ରଦାନ କରିବାକୁ ଚାହୁଛନ୍ତି। ଏହା ପଛର ଉଦ୍ଦେଶ୍ୟ ହେଉଛି ଆଲିବାବାଠାରୁ ଆଣ୍ଟ୍‌ ଗ୍ରୁପ୍‌କୁ ସମ୍ପୂର୍ଣ୍ଣ ଅଲଗା ରଖିବା। ଏବେ ଆଣ୍ଟ୍‌ ଗ୍ରୁପ୍‌ର କୌଣସି ପଦରେ ଜ୍ୟାକ୍‌ ନାହାନ୍ତି, କିନ୍ତୁ ତାଙ୍କ ପାଖରେ କଂପାନିର ୫୦.୫୨% ଅଂଶଧନ ରହିଛି। ସେ ନିଜ ପାଖରେ ଥିବା ଭୋଟିଂ କ୍ଷମତା ଅନ୍ୟମାନଙ୍କୁ ଦେବେ।

କିଛି ମାସ ପୂର୍ବେ ଚୀନ୍ ସରକାରଙ୍କ ନୀତିକୁ ସମାଲୋଚନା କରିବା ଜ୍ୟାକ୍‌ ମା’ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଆଣ୍ଟ୍ ଗ୍ରୁପ୍‌ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ)କୁ ଚୀନ୍ ସରକାର ଗୋଟିଏ ଦିନ ପୂର୍ବରୁ ଅଟକାଇ ଦେଇଥିଲେ। ଏହା ପରେ ବହୁ ଦିନ ପର୍ଯ୍ୟନ୍ତ ଜ୍ୟାକ୍‌ଙ୍କୁ ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା। ଏବେବି ସେ ପୂର୍ବଭଳି ସକ୍ରିୟ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe