କରୋନା ଭାଇରସର ଶିକାର ହେଲେ କି ଚୀନ୍ ସୁପରଷ୍ଟାର ଜାକି ଚାନ୍ ? ଜାଣନ୍ତୁ କ’ଣ କହିଲେ ଚାନ୍

Advertisment
କରୋନା ଭାଇରସର ଶିକାର ହେଲେ କି ଚୀନ୍ ସୁପରଷ୍ଟାର ଜାକି ଚାନ୍ ? ଜାଣନ୍ତୁ କ’ଣ କହିଲେ ଚାନ୍

Fox News

ନୂଆଦିଲ୍ଲୀ: ଚୀନର ଉହାନ ସହରରୁ ନିଜର ପ୍ରକୋପ ଆରମ୍ଭ କରିଥିବା କରୋନା ଭାଇରସ ଏବେ ୨,୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେ‌ଳେ ଏ ପର୍ଯ୍ୟନ୍ତ ଏହାର କୌଣସି ନିରାକରଣ ବାହାରି ପାରି ନାହିଁ। ତେବେ କିଛି ଦିନ ତଳେ ଚୀନର ସୁପରଷ୍ଟାର ଜାକି ଚାନ୍ ଏହି ଭାଇରସର ଶିକାର  ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହି ଭାଇରସର ଶିକାର ହୋଇ ଜାକି ଚାନ ଗୁରୁତର ଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ନିଜ ସ୍ବାସ୍ଥ୍ୟ ସମ୍ବନ୍ଧିତ ସୂଚନା ଦେଇଛନ୍ତି ଚୀନ୍ ସୁପରଷ୍ଟାର।

ଇନଷ୍ଟାଗ୍ରାମରେ ନିଜର ହସୁଥିବାର ଫଟୋ ସେୟାର କରି ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଲେଖିଛନ୍ତି। ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି କି, ମୋର ସ୍ବାସ୍ଥ୍ୟକୁ ନେଇ ଏତେ ଚିନ୍ତା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ମୁଁ ସୁରକ୍ଷିତ ଏବଂ ସୁସ୍ଥ ଅଛି। ମୁଁ ଆପଣ ସମସ୍ତଙ୍କୁ ନିବେଦନ କରୁଛି କି, ଆପଣମାନେ ମୋ ସ୍ବାସ୍ଥ୍ୟକୁ ନେଇ ଡ଼ରନ୍ତୁ ନାହିଁ। ମୁଁ ଆଶା କରୁଛି କି ଆପଣ ସମସ୍ତେ ମଧ୍ୟ ସୁସ୍ଥ ଥିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe