ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ପଦରୁ ଜାକୋବ ଜୁମାଙ୍କ ଇସ୍ତଫା

Advertisment
ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ପଦରୁ ଜାକୋବ ଜୁମାଙ୍କ ଇସ୍ତଫା

Image Courtesy of Premium Times

ଜୋହନ୍ନେସ୍‌ବର୍ଗ: ଶାସକ ଆଫ୍ରିକାନ୍‌ ନେସ୍‌ନାଲ୍‌ କଂଗ୍ରେସର ଆଦେଶକୁ ସମ୍ମାନ ଜଣାଇ ବୁଧବାର ଦିନ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ପଦରୁ ଜାକୋବ ଜୁମା ଇସ୍ତଫା ଦେଇଛନ୍ତି। ଏହାଦ୍ୱାରା ସେ କ୍ଷମତାରେ ଥିବା ଦୁର୍ନୀତିଭରା ୯ ବର୍ଷର ଅବସାନ ଘଟିଛି।

ଜାତି ଉଦ୍ଦେଶ୍ୟରେ ୩୦ ମିନିଟକାଳ ବିଦାୟ ସମ୍ଭାଷଣ ଦେଇ ୭୫ ବର୍ଷିୟ ଜୁମା କହିଥିଲେ ଯେ ଡିସେମ୍ବର ମାସରେ ଦଳର ଅଧ୍ୟକ୍ଷଭାବେ ସିରିଲ୍‌ ରାମାଫୋସା ନିର୍ବାଚିତ ହେବା ପରେ ଏଏନ୍‌ସି ତାଙ୍କୁ ଅସମୟରେ ଇସ୍ତଫା ଦେବାକୁ କହିଛି, ସେ ଦଳର ଆଦେଶ ଗ୍ରହଣ କରିବେ। ସେ କହିଛନ୍ତି: ତେଣୁ ତୁରନ୍ତ ମୁଁ ଏହି ସାଧାରଣତନ୍ତ୍ରର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲି। ମୋ ସଙ୍ଗଠନର ନେତୃତ୍ୱ ଉପରେ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରୁଥିଲେ ବି, ମୁଁ ସର୍ବଦା ଏଏନ୍‌ସିର ଜଣେ ବାଧ୍ୟ ସଦସ୍ୟ।

ଗୁରୁବାର ଦିନ ତାଙ୍କୁ ଭୋଟ୍‌ ଯୋଗେ ବହିଷ୍କୃତ କରିବ ବୋଲି ଶାସକ ଦଳ କହିଛି।

ଜୁମା ଆହୁରି କହିଛନ୍ତି: ମୋ ଯୋଗୁଁ କୌଣସି ଜୀବନ ହାନି ଘଟିବା ଅନୁଚିତ। ମୋ ଯୋଗୁଁ ଏନ୍‌ଏସି ବିଭାଜିତ ନ ହେଉ।

ଉପରାଷ୍ଟ୍ରପତି ସିରିଲ୍‌ ରାମାଫୋସାଙ୍କୁ ଡିସେମ୍ବର ମାସରେ ଦଳର ନେତା ଭାବେ ନିର୍ବାଚିତ କରି ଏଏନ୍‌ସି ଜୁମାଙ୍କୁ ରାଷ୍ଟ୍ରପତି ପଦରୁ ହଟିଯିବାକୁ ମଙ୍ଗଳବାର ଦିନ କହିଥିଲା। ସେ ବୁଧବାର ସୁଦ୍ଧା ଇସ୍ତଫା ନ ଦେବାରୁ ପାର୍ଲାମେଣ୍ଟ୍‌ରେ ବିରୋଧି ପ୍ରସ୍ତାବ ଆଣି ତାଙ୍କୁ ବଳପୂର୍ବକ ବାହାର କରାଯିବ ବୋଲି ଦଳ ଘୋଷଣା କରିଥିଲା।

ଚାରିଜଣ ପତ୍ନୀ ଥିବା ୭୫ ବର୍ଷିୟ ଜୁମା ପ୍ରାୟ ଏକ ଦଶନ୍ଧି ଧରି ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇ ଚାଲିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe