ଭାଉଜଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଲେ ଜାଡେଜାଙ୍କ ଭଉଣୀ

Advertisment
ଭାଉଜଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଲେ ଜାଡେଜାଙ୍କ ଭଉଣୀ

ଜାମନଗର: ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ସମସ୍ତ ଦଳ ଏଥିପାଇଁ ଉଦ୍ୟମ କରୁଛନ୍ତି। ତେବେ ଟିମ୍ ଇଣ୍ଡିଆ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ବିଜେପି ପକ୍ଷରୁ ଜାମନଗର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରିବାବା ବର୍ତ୍ତମାନ ନିଜ ନିର୍ବାଚନମଣ୍ଡଳୀରେ ଜୋରଦାର ପ୍ରଚାର କରୁଛନ୍ତି। ନିକଟରେ ତାଙ୍କ ନିର୍ବାଚନ ପ୍ରଚାରରେ ବହୁ ସଂଖ୍ୟକ ଛୋଟପିଲା ନଜର ଆସିଥିଲେ। ଏହି ପ୍ରସଙ୍ଗରେ ତାଙ୍କ ନଣନ୍ଦ ନୟନବା ଜାଡେଜା ତୀବ୍ର ବିରୋଧ କରିଛନ୍ତି | ଏବେ ପୂରା ମାମଲା ନିର୍ବାଚନ ଆୟୋଗରେ ପହଞ୍ଚିଛି।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ରିବାବା ଜାଡେଜାଙ୍କ ବିରୋଧରେ ନୟନବା ଜାଡେଜା ଅଭିଯୋଗ ଆଣିଛନ୍ତି | ସେ କହିଛନ୍ତି ଯେ ଛୋଟ ପିଲାମାନଙ୍କୁ ତାଙ୍କ ସୁବିଧା ପାଇଁ ବ୍ୟବହାର କରିବା ସହ ୧୦ ବର୍ଷରୁ କମ୍ ଛୋଟ ପିଲାମାନଙ୍କୁ ରିବାବାଙ୍କ ପ୍ରଚାର ପାଇଁ ଅଣାଯାଇଥିଲା | ସେ ଜାଣନ୍ତି ନାହିଁ ଯେ ଶିଶୁ ଶ୍ରମ ପାଇଁ ଆଇନ ପ୍ରସ୍ତୁତ କରାଯାଇଛି। ଆମେ ନିର୍ବାଚନ ପ୍ରଚାର ବିରୋଧରେ ଅଭିଯୋଗ ଆଣିଛୁ। ନିର୍ବାଚନ ଆୟୋଗ ବର୍ତ୍ତମାନ କ’ଣ ପଦକ୍ଷେପ ନେବେ ତାହା ଦେଖିବାର କଥା |ସୂଚନା ଥାଉ କି ଯେ ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ଡିସେମ୍ବର ୧ ଏବଂ ଡିସେମ୍ବର ୫ ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ମୋଟ ୧୮୨ଟି ବିଧାନସଭା ଆସନ ମଧ୍ୟରୁ ୮୯ଟିରେ ମତଦାନ ହେବାକୁଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଆସନ ପାଇଁ ମତଦାନ ହେବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe