ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍ସରୁ ସ୍ଥାନାନ୍ତର ପ୍ରସଙ୍ଗ: ଏମ୍ସ ରିପୋର୍ଟର ଜବାବ ରଖିଲେ ଆବେଦନକାରୀ

Advertisment
ଭୁବନେଶ୍ୱର ଏମସ୍‌ ନୁହେଁ, କଟକର ଏସ୍‌ସିବିକୁ ଆସିବେ ଜଗା-ବଳିଆ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରୁ ଜଗା-ବଳିଆଙ୍କୁ ସ୍ଥାନାନ୍ତର କରାଯିବା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନାବାଧିକାର କମିସନଙ୍କ ନିକଟରେ ଏମ୍ସ ଦାଖଲ କରିଥିବା ରିପୋର୍ଟର ପ୍ରତି ଜବାବ ରଖିଛନ୍ତି। ସେ କହିଛନ୍ତି ଯେ, ଏଭଳି ଏକ ବିରଳ ଅସ୍ତ୍ରୋପଚାରରେ ବଞ୍ଚି ଯାଇଥିବା ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଏମ୍ସ କର୍ତ୍ତୃପକ୍ଷ ଗୁରୁତର ସହ ନେବାର ଆବଶ୍ୟକତା ରହିଛି।ଏମ୍ସ ରିପୋର୍ଟରେ ବଳିଆର ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ରୂପେ ସୁଧୁରିନଥିବା କୁହାଯାଇଥିବା ବେଳେ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ସୃଷ୍ଟି ହେଉଥିବାରୁ ଆଉ କିଛି ମାସ ଟ୍ରାକେଓଷ୍ଟୋମି ଟ୍ୟୁବ ସଂଯୋଗ କରାଯିବାର ଆବଶ୍ୟକତା ରହିଥିବା କୁହାଯାଇଛି। ତେବେ ଏଭଳି ଅବସ୍ଥାରେ ବଳିଆକୁ ଓଡ଼ିଶା ସ୍ଥାନାନ୍ତର କରାଗଲେ ସଂକ୍ରମଣ ହେବାର ଆଶଙ୍କା ରହିଛି। ଏହା ସହିତ ଦିଲ୍ଲୀ ଏମ୍ସକୁ ବାଦ ଦେଲେ ଦେଶର ଅନ୍ୟ କୌଣସି ପ୍ରତିଷ୍ଠିତ ଡାକ୍ତରଖାନାରେ ସେଭଳି ସୁବିଧା ମଧ୍ୟ ନାହିଁ। ତେଣୁ ଉଭୟ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ନହେବା ଯାଏଁ ତାଙ୍କୁ ଏମ୍ସରେ ହିଁ ରଖାଯାଉ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଏହାଛଡ଼ା ଏଭଳି ସ୍ଥିତିରେ ସେମାନଙ୍କୁ ସ୍ଥାନାନ୍ତର କରାଗଲେ ମାନବାଧିକାର କମିସନ ଏଥିରେ ହସ୍ତକ୍ଷେପ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଉଲ୍ଳେଖଯୋଗ୍ୟ, ଦୁଇ ଶିଶୁଙ୍କୁ ଏମ୍ସରୁ ସ୍ଥାନାନ୍ତରକୁ ବିରୋଧ କରି ଶ୍ରୀ ତ୍ରିପାଠୀ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ ଦାୟର କରିଥିଲେ। ଶ୍ରୀ ତ୍ରିପାଠୀଙ୍କ ଆବେଦନକ୍ରମେ ଜାତୀୟ ମାନବାଧିକାର କମିସନ ଏମ୍ସକୁ ଜବାବ ତଲବ କରି ରିପୋର୍ଟ ମାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe