ଏମ୍ସରେ ଜଗା ବଳିଆଙ୍କ ଜନ୍ମଦିନ ପାଳନ

Advertisment
ଏମ୍ସରେ ଜଗା ବଳିଆଙ୍କ ଜନ୍ମଦିନ ପାଳନ

ନୂଆଦିଲ୍ଳୀ : ଯୋଡ଼ାମୁଣ୍ଡ ଅଲଗା ହେବାପରେ ଆଜି ପ୍ରଥମ ଥର ପାଇଁ ଏମ୍ସରେ ଚିକତ୍ସାଧୀନ ଦୁଇ ଭାଇ ଜଗା ବଳିଆଙ୍କ ଜନ୍ମଦିନ ପାଳନ ହୋଇଛି। ଜଗା ବଳିଆଙ୍କର ଆଜି ତୃତୀୟ ଜନ୍ମଦିନ। ଏଥିପାଇଁ ଏମ୍ସ ପ୍ରଶାସନ ଦ୍ୱାରା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଜଗା ବଳିଆଙ୍କ ଅସ୍ତ୍ରୋପଚାର ତଥା ଚିକିତ୍ସାରେ ସାମିଲ ଥିବା ସମସ୍ତ ବିଭାଗର ଡାକ୍ତର, ନର୍ସ, ସହାୟକ ଓ ଅନ୍ୟ କର୍ମଚାରୀମାନଙ୍କ ସହ ଜଗା ବଳିଆର ବାପା ମା’ ମଧ୍ୟ ଉପସ୍ଥିତ ଥିଲେ। ଜଗା ବଳିଆ ଚିକିତ୍ସିତ ହେଉଥିବା ପ୍ରାଇଭେଟ୍‌ ଓ୍ଵାର୍ଡର ରୁମ୍‌ ନମ୍ବର ୬୦୧୦କୁ ସଜାଇ ଦିଆଯାଇଥିଲା। ଜଗା ବଳିଆ କେକ୍‌ କାଟିଥିଲେ। ଏମ୍ସ ଡାକ୍ତର ଓ କର୍ମଚାରୀମାନେ ଜଗା ବଳିଆକୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହ ଉପହାର ଦେଇଥିଲେ ଏବଂ ସେମାନଙ୍କ ଦୀର୍ଘ ଜୀବନ କାମନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe