ସପ୍ତାହକ ମଧ୍ୟରେ ଦୁଇଥର ଦଳାଚକଟା ପରେ ଆକ୍ସନ ମୁଡ଼ରେ ଜଗନ, ରାସ୍ତା ଉପରେ ହୋଇପାରିବନି ଶୋଭାଯାତ୍ରା

Advertisment
ସପ୍ତାହକ ମଧ୍ୟରେ ଦୁଇଥର ଦଳାଚକଟା ପରେ ଆକ୍ସନ ମୁଡ଼ରେ ଜଗନ, ରାସ୍ତା ଉପରେ ହୋଇପାରିବନି ଶୋଭାଯାତ୍ରା

ନେଲୋର: ଟିଡିପି (ତେଲୁଗୁ ଦେଶମ ପାର୍ଟି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ସପ୍ତାହକମଧ୍ୟରେ ଦୁଇ ଥର ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ପରେ ଏବେ ଆକ୍ସନ ମୁଡ଼କୁ ଆସିଯାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ | ଜନ ନିରାପତ୍ତାକୁ ଦର୍ଶାଇ ଆନ୍ଧ୍ରପ୍ରଦେଶ ସରକାର ଜାତୀୟ ରାଜପଥ ସମେତ ରାସ୍ତାରେ ସାଧାରଣ ସଭା ତଥା ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନେଲୋରରେ ଏକ ରାଜନୈତିକ ଦଳ ବୈଠକରେ ୮ ଜଣଙ୍କ ମୃତ୍ୟୁ ଘଟଣାକୁ ଆଧାର କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାର ଏହି ନିଷେଧାଦେଶ ଅର୍ଡର ପୁଲିସ୍ ଆକ୍ଟ, ୧୮୬୧ ଅନୁଯାୟୀ, ଜାନୁଆରୀ ୧ ବିଳମ୍ବିତ ରାତିରୁ କାର୍ଯ୍ୟକାରୀ କରିଛନ୍ତି। ମୁଖ୍ୟ ଶାସନ ସଚିବ (ଗୃହ) ହରିଶ କୁମାର ଗୁପ୍ତା ଏକ ସରକାରୀ ଆଦେଶରେ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ପୁଲିସକୁ କହିଛନ୍ତି ଯେ “ସର୍ବସାଧାରଣ ସଡ଼କଠାରୁ ଦୂରରେ ଥିବା ଖାଲି ସ୍ଥାନ ଚିହ୍ନଟ କର, ଯେଉଁଠାରେ ରାଜନୈତିକ ଦଳର ସମାବେଶ ହୋଇପାରିବ | ଯାହାଦ୍ୱାରା ଲୋକଙ୍କ ଯାତାୟାତ, ଜରୁରୀକାଳୀନ ସେବା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ବାଧା ସୃଷ୍ଟି ହେବ ନାହିଁ |

ଉଲ୍ଲେଖ ଥାଉ କି ଗତ ବୁଧବାର ଦିନ(ଡିସେମ୍ବର ୨୮, ୨୦୨୨) ନେଲୋରରେ ନାଇଡ଼ୁଙ୍କ ରୋ‌ଡ୍‌ସୋ‌ରେ ଦଳାଚକଟା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ନେଲୋର ଜିଲ୍ଲାର କନ୍ଦୁକୁରଠାରେ ଚନ୍ଦ୍ରବାବୁ ନାଇଡ଼ୁ ରୋଡ୍‌ସୋ’ ସାରି ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ସେ ସଭାରେ ପହଞ୍ଚିବା ବେଳେ ହଜାର ହଜାର ଟିଡିପି କର୍ମୀ ଓ ସମର୍ଥକଙ୍କ ଗହଳି ହୋଇଥିଲା।ଅତ୍ୟଧିକ ଭିଡ଼ ଯୋଗୁ ଠେଲାପେଲା ଓ ଦଳାଚକଟା ହୋଇଥିଲା। କିଛି ଲୋକ ଠେଲିହୋଇ ପାଖରେ ଥିବା ଡ୍ରେନ ଭିତରେ ପଡ଼ିଯାଇଥିଲେ। ଏଥିରେ ଅତି କମ୍‌ରେ ଜଣେ ମହିଳାଙ୍କ ସମେତ ୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ସେହିପରି ନୂଆବର୍ଷ ଦିନ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଟିଡିପି (ତେଲୁଗୁ ଦେଶମ ପାର୍ଟି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଏକ କାର୍ଯ୍ୟକ୍ରମରେ ପୁଣିଥରେ ଦଳାଚକଟା ହୋଇଥିଲା ଓ ଏଥିଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe