ହାଇଦ୍ରାବାଦ୍ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ରାଜଶେଖର ରେଡ୍ଡିଙ୍କ ସାନ ଭାଇ ତଥା ପୂର୍ବତନ ମନ୍ତ୍ରୀ ୱାଇଏସ୍ ବିବେକାନନ୍ଦ(୬୯)ଙ୍କୁ ଗୁରୁବାର ରାତିରେ ହତ୍ୟା କରାଯାଇଛି। ତାଙ୍କ ପତ୍ନୀ ଏବଂ ଝିଅ ଆମେରିକାରେ ରହୁଥିବା ବେଳେ ସେ କଦପା ଜିଲ୍ଲାର ପୁଲିବେନ୍ଦୁଲା ସ୍ଥିତ ବାସଭବନରେ ଏକାକୀ ରହୁଥିଲେ। ୱାଇଏସ୍ଆରସି ସଭାପତି ଜଗନ ରେଡ୍ଡିଙ୍କ ଦାଦା ବିବେକାନନ୍ଦ ଗତକାଲି ଜଣେ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାରରୁ ଫେରିବା ପରେ ତାଙ୍କୁ କେହି ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଜଣାପଡ଼ିଛି। ତାଙ୍କ ଶୟନ କକ୍ଷ ଏବଂ ଶୌଚାଳୟରେ ରକ୍ତଛିଟା ପଡ଼ିବା ସହ ମୁଣ୍ଡ ସମେତ ଶରୀରର ୭ଟି ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି। ପ୍ରାଥମିକ ତଦନ୍ତରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଥିବା ବେଳେ ଫରେନସିକ୍ ରିପୋର୍ଟ ତାହା ସ୍ପଷ୍ଟ କରିଛି।
ଜଗନ ରେଡ୍ଡିଙ୍କ ଦାଦାଙ୍କୁ ହତ୍ୟା
Advertisment
Follow Us