ଶ୍ରୀମନ୍ଦିର ସଂସ୍କାର ମାମଲା: ରଂଜିତ କୁମାର ନୂଆ ଆମିକସ୍‌ କ୍ୟୁରି

Advertisment
ନୂଆବର୍ଷ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା: ରାତି ୨ଟାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ ହେବ

ନୂଆଦିଲ୍ଲୀ : ପୂର୍ବତନ ସଲିସିଟର ଜେନେରାଲ୍‌ ତଥା ବରି‌ଷ୍ଠ ଆଇନଜୀବୀ ରଂଜିତ କୁମାର ଆଜି ଶ୍ରୀମନ୍ଦିର ସଂସ୍କାର ମାମଲାରେ ପୂର୍ବତନ ସଲିସିଟର ଜେନେରାଲ୍‌ ରଂଜିତ କୁମାରଙ୍କୁ ନୂଆ ଆମିକସ୍‌କ୍ୟୁରି ନିଯୁକ୍ତ କରିଛନ୍ତି। ଏଥିସହ ଆଇନଜୀବୀ ପ୍ରିୟା ହିଂଗୋରାନୀ ଆମିକସ୍‌ କ୍ୟୁରିଙ୍କ କାର୍ଯ୍ୟରେ ସହଯୋଗ କରିବେ ବୋଲି କୋର୍ଟ କହିଛନ୍ତି। ଶ୍ରୀମନ୍ଦିର ମାମଲାରେ କୋର୍ଟଙ୍କ ଦ୍ବାରା ନିଯୁକ୍ତ ପୂର୍ବ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ବ୍ୟକ୍ତିଗତ କାରଣ ଦର୍ଶାଇ ଗତ ନଭେମ୍ବର ୨୫ରେ ନିଜ ଦାୟିତ୍ବରୁ ଓହରିଯିବା କଥା କହିଥିଲେ। ନଭେମ୍ବର ୩୦ରେ କୋର୍ଟ ଗୋପାଳ ସୁବ୍ରମଣ୍ୟମ୍‌ଙ୍କ ଆବେଦନ ଗ୍ରହଣ କରିବା ସହ ଖୁବ୍‌ ଶୀଘ୍ର ଆମିକସ୍‌ କ୍ୟୁରି ନିଯୁକ୍ତ ହେବେ ବୋଲି କହିଥିଲେ। ଆଜି ବିଚାରପତି ଏକେ ସିକ୍ରି, ବିଚାରପତି ଅବଦୁଲ ନଜିର ଓ ବିଚାରପତି ଏମ୍‌ଆର ଶାହଙ୍କ ଖଣ୍ଡପୀଠରେ ଶ୍ରୀମନ୍ଦିର ପରିଚାଳନାଗତ ଅବ୍ୟବସ୍ଥା ମାମଲା ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା। ମାମଲାରେ ମୂଳ ଆବେଦନକାରୀ ମୃଣାଳିନୀ ପାଢ଼ି ତାଙ୍କର କୌଣସି ସମ୍ପର୍କୀୟଙ୍କ ପରଲୋକ ଘଟିଥିବା ନେଇ ଖଣ୍ଡପୀଠଙ୍କ ନିକଟରେ ଅନୁରୋଧ କରିବାପରେ ଖଣ୍ଡପୀଠ ଏହାକୁ ଗ୍ରହଣ କରିଥି‌ଲେ। ମାମଲାରେ ନୂଆ ଆମିସକ୍‌ କ୍ୟୁରି ନିଯୁକ୍ତି ନେଇ ଶୁଣାଣି ସମୟରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ କୋର୍ଟରେ ଉପସ୍ଥିତ ଥିବା ପୂର୍ବତନ ସଲିସିଟର ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ରଂଜିତ କୁମାରଙ୍କୁ ଆମିକସ୍‌ କ୍ୟୁରି ଦାୟିତ୍ବ ନେବାପାଇଁ ଖଣ୍ଡପୀଠ ଅନୁରୋଧ କରିଥି‌ଲେ। ଖଣ୍ଡପୀଠଙ୍କ ଏହି ଅନୁରୋଧକୁ ରଂଜିତ କୁମାର ଗ୍ରହଣ କରିନେଇଥିଲେ। ପୁରୀ ଶ୍ରୀମନ୍ଦିର ମାମଲାରେ ସମସ୍ତ ନଥିପତ୍ର, ‌ରେକର୍ଡ, ରିପୋର୍ଟ ତଥା କୋର୍ଟଙ୍କ ଦ୍ବାରା ଏହ‌ି ମାମଲାରେ ଯେଉଁ ସବୁ ଆଦେଶ ଜାରି କରାଯାଇଛି ସେ ସମସ୍ତ ତଥ୍ୟ ନୂ୍ଆ ଆମିକସ୍‌ କ୍ୟୁରିଙ୍କୁ ଯୋଗାଇ ଦେବାପାଇଁ ସୁପ୍ରିମକୋର୍ଟ ରେଜ‌ିଷ୍ଟ୍ରିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ‌େଫବ୍ରୁଆରି ୫ ତାରିଖକୁ ଧା‌ର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe