Odisha News
ଭୁବନେଶ୍ୱର/ ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥ ମନ୍ଦିରର ସଂସ୍କାର କାର୍ଯ୍ୟକ୍ରମ ଅଧୀନରେ ସଂପ୍ରତି ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ମଧ୍ୟରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟକ୍ରମ ସହ ଏକାସଙ୍ଗେ କ୍ଷତିଗ୍ରସ୍ତମାନଙ୍କର ଥଇଥାନ କାର୍ଯ୍ୟ ନିଶ୍ଚିତ କରିବାକୁ ସୁପ୍ରିମ୍ କୋର୍ଟ ଆଜି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Odisha Sun Timesସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ଚାଲିଥିବା ବେଳେ, ଜଗନ୍ନାଥ ମନ୍ଦିରର ସଂସ୍କାର ପାଇଁ ସୁପ୍ରିମ୍ କୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍ କ୍ୟୁରି ରଣଜିତ କୁମାର ତାଙ୍କର ରିପୋର୍ଟ ଦାଖଲ ପାଇଁ ଖଣ୍ଡପୀଠଙ୍କୁ ଆଉ ଦୁଇ ସପ୍ତାହର ସମୟ ମାଗିଥିଲେ। ଖଣ୍ଡପୀଠ ତାଙ୍କୁ ଏଥିପାଇଁ ତାଙ୍କୁ ଆଉ ଦୁଇ ସପ୍ତାହର ସମୟ ଦେବା ସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଅକ୍ଟୋବର ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଏଥିସହ ସଂପ୍ରତି ମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ମଧ୍ୟରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟକ୍ରମ ସହ ଏକାସଙ୍ଗେ ଥଇଥାନ କାର୍ଯ୍ୟ ନିଶ୍ଚିତ କରିବାକୁ ସୁପ୍ରିମ୍ କୋର୍ଟ ଆଜି ରାଜ୍ୟ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ତେବେ, ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ହେଉଥିବା ବ୍ୟକ୍ତି ବିଶେଷଙ୍କୁ ସରକାର ଅଗ୍ରାଧିକାର ଭିତ୍ତିରେ ଥଇଥାନ କରୁଥିବା ଶ୍ରୀଜଗନ୍ନାଥ ମନ୍ଦର ପ୍ରଶାସନ ପକ୍ଷରୁ ଆଇନ୍ଜୀବୀ ଶ୍ୱେତକେତୁ ମିଶ୍ର ଖଣ୍ଡପୀଠଙ୍କୁ ଜଣାଇଥିଲେ।
Hindustan Timesପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସୁପ୍ରିମ୍ କୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍ କ୍ୟୁରି ରଣଜିତ କୁମାର ଗତ ୬ ତାରିଖରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସହ ଉଚ୍ଛେଦ ଓ ଥଇଥାନ କାର୍ଯ୍ୟର ତଦାରଖ ପାଇଁ ପୁରୀ ଗସ୍ତରେ ଆସିଥିଲେ।
Follow Us