ଜଗନ୍ନାଥଙ୍କ ସଂପତ୍ତି ବିକ୍ରି ମାମଲା: ପିଆଇଏଲ୍‌ ଖାରଜ

Advertisment
ସାହାରା ଜମାକାରୀଙ୍କୁ ଅର୍ଥ ଫେରସ୍ତ ମାମଲା: ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ହେବ କମିଟି

ନୂଆଦିଲ୍ଲୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତ୍ତି ବିକ୍ରି ଉପରେ ରୋକ୍‌ ଲଗାଇବା ପାଇଁ ଆଗତ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଖାରଜ ହୋଇଛି। ଜନ ସ୍ବାଭିମାନ ୱେଲ୍‌ଫେୟାର୍‌ ସୋସାଇଟି ପକ୍ଷରୁ ଏହାକୁ ନେଇ ଏକ ପିଟିସନ୍‌ ଦାଖଲ କରିଥିଲା। ସୁପ୍ରିମକୋର୍ଟ ବିଚାରପତି ସଞ୍ଜୀବ ଖାନ୍ନା ଓ ବିଚାରପତି ଦିନେଶ ମାହେଶ୍ବରୀଙ୍କ ଖଣ୍ଡପୀଠ ଆଜି ଏହାକୁ ଖାରଜ କରିଦେଇଛନ୍ତି।

ପିଟିସନରେ କୁହାଯାଇଥିଲା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତ୍ତି ବିନା କାରଣରେ ବିକ୍ରି କରାଯାଉଛି। ଏହାର ସଂପୂର୍ଣ୍ଣ ତଦନ୍ତ ପାଇଁ ପିଆଇଏଲ୍‌ରେ ନିବେଦନ କରାଯାଇଥିଲା। ପିଟିସନରେ ମିଡିଆ ରିପୋର୍ଟର ଅବତାରଣ କରାଯାଇ କୁହାଯାଇଥିଲା, ଶ୍ରୀମନ୍ଦିର ପ୍ରଶାସନ ଶ୍ରୀଜଗନ୍ନାଥଙ୍କ ୩୫ ହଜାର ୨୭୨ ଏକର ଜମି ବିକ୍ରି କରିବାକୁ ଯୋଜନା କରିଛନ୍ତି। ଏହା ଭକ୍ତମାନଙ୍କୁ ବିବ୍ରତ ଓ ବିଚଳିତ କରିଛି। ଭକ୍ତମାନଙ୍କ ଭାବାବେଗକୁ ବେଖାତିର କରି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ୩୧୫.୩୩୭ ଏକର ଜମି ବିକ୍ରି କରିଦେଇଛନ୍ତି ବୋଲି ପିଟିସନରେ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe