ଜଗଦୀପ ଧନଖଡ଼ ଚାଷୀ ପରିବାରରୁ ଉପରାଷ୍ଟ୍ରପତି

Advertisment

ଉପରାଷ୍ଟ୍ରପତି ଅନ୍ୟାନ୍ୟ ଭତ୍ତା ଛଡ଼ା ମାସକୁ ୪ ଲକ୍ଷ ଟଙ୍କା ପାଆନ୍ତି

ଉପରାଷ୍ଟ୍ରପତି ଅନ୍ୟାନ୍ୟ ଭତ୍ତା ଛଡ଼ା ମାସକୁ ୪ ଲକ୍ଷ ଟଙ୍କା ପାଆନ୍ତି

ଭାରତର ସଂସଦରେ ମାଇକ୍ ବନ୍ଦ ହୁଏ ନାହିଁ : ରାହୁଲଙ୍କୁ ଉପରାଷ୍ଟ୍ରପତିଙ୍କ ଜବାବ

photo-the week

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ହେବେ। ଧନଖଡ଼ ବିପୁଳ ଭୋଟ୍‌ରେ ଉପରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି। ରାଜସ୍ଥାନର ଦ୍ବିତୀୟ ନେତା ଭାବେ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି। ତାଙ୍କ ପୂର୍ବରୁ ରାଜସ୍ଥାନର ଅନ୍ୟ ଜ‌ଣେ ନେତା ଭୈ‌ରୋ ସିଂହ ଶେଖାୱତ ଏହି ପଦରେ ଥି‌ଲେ। ଜଗଦୀପ ଧନଖଡ଼ ରାଜସ୍ଥାନ ଝୁନଝୁନୁ ଜିଲ୍ଲାର ଏକ ଦୁର୍ଗମ ଗ୍ରାମରେ ଏବଂ ଏକ ଚାଷୀ ପରିବାରରେ ଜନ୍ମ ହୋଇଥିଲେ। ଚିତ୍ତୋରଗଡ଼ ସୈନିକ ସ୍କୁଲରୁ ସେ ସ୍କୁଲ୍‌ ଶିକ୍ଷା ଶେଷ କରିବାପରେ ପଦାର୍ଥବିଜ୍ଞାନରେ ଗ୍ରାଜୁଏସନ ଡିଗ୍ରି ହାସଲ କଲେ। ଏହାପରେ ସେ ରାଜସ୍ଥାନ ବିଶ୍ବବିଦ୍ୟାଳୟରୁ ଏଲଏଲବି କଲେ। ରାଜସ୍ଥାନର ଜଣେ ପ୍ରମୁଖ ଆଇନଜୀବୀ ଧନଖଡ଼ ଉଭୟ ରାଜସ୍ଥାନ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଓକିଲାତି କରିଛନ୍ତି। ସେ ମଧ୍ୟ ରାଜସ୍ଥାନ ହାଇକୋର୍ଟ ବାର୍‌ ଆସୋସିଏସନର ମୁଖ୍ୟ ଥିଲେ। ଧନଖଡ଼ ସୁଦେଶ ଧନଖଡ଼ଙ୍କୁ ବିବାହ କରିଛନ୍ତି। ୧୯୮୯ରେ ଧନଖଡ଼ ରାଜନୀତିରେ ପ୍ରବେଶ କଲେ। ରାଜସ୍ଥାନର ଝୁନଝୁନୁ ଲୋକସଭା ଆସନରୁ ସେ ନିର୍ବାଚିତ ହୋଇଥିଲେ। ଚନ୍ଦ୍ର ଶେଖରଙ୍କ ନେତୃତ୍ବାଧୀନ ଜନତା ଦଳ ସରକାରରେ ସେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥିଲେ। ୧୯୯୩-୧୯୯୮ ପର୍ଯ୍ୟନ୍ତ ଧନଖଡ଼ ଅଜମେର ଜିଲ୍ଲାର କିସନଗଂଜ ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ବ କରଇଥିଲେ। ଧନଖଡ଼ ଜାଟ ସମ୍ପ୍ରଦାୟର। ପଶ୍ଚିମବଙ୍ଗ ରାଜ୍ୟପାଳ ଥିବାବେଳେ ଧନଖଡ଼ଙ୍କର ଟିଏମ୍‌ସି ସହ ଅନେକ ପ୍ରସଙ୍ଗରେ ବିବାଦ ହୋଇଛି। ଟିଏମ୍‌ସି ନେତୃବୃନ୍ଦ ଧନଖଡ଼ଙ୍କୁ ବିଜେପିର ଏଜେଣ୍ଟ୍‌ ବୋଲି ସର୍ବଦା ଦାବି କରିଥିବା ବେଳେ ଧନଖଡ଼ କୁହନ୍ତି-‘ମୁଁ କେବଳ ସମ୍ବିଧାନର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ।’

ଉପରାଷ୍ଟ୍ରପତି ଅନ୍ୟାନ୍ୟ ଭତ୍ତା ଛଡ଼ା ମାସକୁ,୪ ଲକ୍ଷ ଟଙ୍କା ପାଆନ୍ତି

ନୂଆଦିଲ୍ଲୀ: ନୂଆ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅଗଷ୍ଟ ୧୧ରେ ଶପଥ ଗ୍ରହଣ କରିବେ। ପାର୍ଲାମେଣ୍ଟ ଅଫିସର୍ସ ଆକ୍ଟ ୧୯୫୩ ଅନୁସାରେ ଉପରାଷ୍ଟ୍ରପତି ବାଚସ୍ପତି ପାଉଥିବା ଦରମା, ଭତ୍ତା ଓ ସୁବିଧାସୁଯୋଗ ପାଆନ୍ତି କାରଣ ସେ ମଧ୍ୟ ରାଜ୍ୟସଭାର ଅଧ୍ୟକ୍ଷ। ରିପୋର୍ଟ ଅନୁସାରେ ବର୍ତ୍ତମାନ ଉପରାଷ୍ଟ୍ରପତି ମାସକୁ ୪ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ଭତ୍ତା ଓ ସୁବିଧାସୁଯୋଗ ପାଉଛନ୍ତି। ଅନ୍ୟାନ୍ୟ ସୁବିଧା ଭିତରେ ରହିଛି ମାଗଣା ଚିକିତ୍ସା, ଟ୍ରେନ୍ ବା ବିମାନରେ ମାଗଣା ଯାତ୍ରା, ଗୋଟିଏ ଲ୍ୟାଣ୍ଡଲାଇନ୍ ଫୋନ୍ ଓ ଗୋଟିଏ ମୋବାଇଲ ଫୋନ ଇତ୍ୟାଦି। ତାଙ୍କୁ ମଧ୍ୟ କର୍ମଚାରୀଙ୍କ ସହ ବ୍ୟକ୍ତିଗତ ସୁରକ୍ଷା ଯୋଗାଇ ଦିଆଯାଇଥାଏ। ଉପରାଷ୍ଟ୍ରପତିଙ୍କ ଘର ହେଉଛି ତାଙ୍କର ସରକାରୀ ଆବାସ, ଯାହା ମୌଲାନା ଆଜାଦ ରୋଡ୍, ନୂଆଦିଲ୍ଲୀରେ ଅବସ୍ଥିତ। ଏହାକୁ ମଧ୍ୟ ଉପରାଷ୍ଟ୍ରପତି ଭବନ କୁହାଯାଏ। ୧୯୬୨ ମସିହାରେ ୬ ନଂ ବଙ୍ଗଳାଟି ଉପରାଷ୍ଟ୍ରପତିଙ୍କ ସରକାରୀ ଆବାସ ଭାବେ ବ୍ୟବହୃତ ହୋଇଆସୁଛି। ୬.୪୮ ଏକର (୨୬,୨୨୩.୪୧ ବର୍ଗଫୁଟ୍‌) ଜମିରେ ଏହି ବଙ୍ଗଳାଟି ଅବସ୍ଥିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe