ଭାରତର ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଜଗଦୀପ ଧନଖଡ଼

ଭାରତର ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଜଗଦୀପ ଧନଖଡ଼

Image Courtesy of India Today

ନୂଆଦିଲ୍ଲୀ: ଆଜି ଭାରତର ୧୪ଶ ଉପରାଷ୍ଟ୍ରପତି ଭାବେ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ‘ଏନ୍‌ଡିଏ’ ପ୍ରାର୍ଥୀ ଜଗଦୀପ ଧନଖଡ଼ ଶପଥ ଗ୍ରହଣ କରିଛନ୍ତି।

ଦେଶର ନବନିର୍ବାଚିତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ ପାଠ କରାଇଛନ୍ତି। ଉକ୍ତ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ସମେତ ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ।

publive-image Image Courtesy of ANI

ରାଷ୍ଟ୍ରପତି ଭବନକୁ ଆସି ଶପଥ ଗ୍ରହଣ କରିବା ପୂର୍ବରୁ ଧନଖଡ଼ ଦିଲ୍ଲୀସ୍ଥିତ ରାଜଘାଟକୁ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂଜ୍ୟ ବାପୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସମୟର ଫଟୋ ଟୁଇଟ୍‌ କରି ଧନଖଡ଼ ଲେଖିଥିଲେ: ଶାନ୍ତ ସୌନ୍ଦର୍ଯ୍ୟଭରା ରାଜଘାଟରେ ପୂଜ୍ୟ ବାପୁଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ବେଳେ ଆଶିଷ ଲାଭ କରିବା ସହ ଭାରତର ସେବା କରିବା ନିମନ୍ତେ ପ୍ରେରଣା ଓ ଉତ୍ସାହ ପାଇଲି।

ସୂଚନାଯୋଗ୍ୟ, ବିରୋଧୀ ପ୍ରାର୍ଥିନୀ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ପରାଜିତ କରି ଅଗଷ୍ଟ ୬ ତାରିଖରେ ‘ଏନ୍‌ଡିଏ’ ପ୍ରାର୍ଥୀ ଜଗଦୀପ ଧନଖଡ଼ ଦେଶର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଧନଖଡ଼ଙ୍କୁ ୫୨୮ଖଣ୍ଡ ଭୋଟ୍‌ ମିଳିଥିବା ବ‌େଳେ ଆଲ୍‌ଭାଙ୍କୁ ମିଳିଥିଲା ୧୮୨ଖଣ୍ଡ ଭୋଟ୍‌। ସମୁଦାୟ ଭୋଟ୍‌ରୁ ୧୫ ଖଣ୍ଡ ଭୋଟ୍‌ ନାକଚ ହୋଇଯାଇଥିଲା।

ଦେଶର ସମ୍ବିଧାନ ଅନୁସାରେ, ଉପରାଷ୍ଟ୍ରପତି ଧନଖଡ଼ ରାଜ୍ୟସଭାରେ ଅଧ୍ୟକ୍ଷତା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe