କିନ୍‌ସାସା: କଙ୍ଗୋର ରାଜଧାନୀ କିନ୍‌ସାସାର ଏକ ମୁଖ୍ୟ କାରାଗାରରୁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ୧୨୯ କଏଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳାଚକଟାରେ ପ୍ରାଣ ହରାଇଥିବା କୁହାଯାଉଛି। ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସୋସିଆଲ ମିଡିଆ ଜରିଆରେ କଙ୍ଗୋ ଗୃହମନ୍ତ୍ରୀ ଜ୍ୟାକେମିନ୍ ଶବାନୀ ଏହି ବିଷୟରେ ସୂଚନା ପ୍ରଦାନ କରିଛନ୍ତି।

Advertisment

ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କଙ୍ଗୋ ଆଭ୍ୟନ୍ତରୀଣ ମନ୍ତ୍ରୀ ଜ୍ୟାକେମିନ୍ ଶବାନୀ କହିଛନ୍ତି ଯେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି। କଏଦୀଙ୍କୁ ଖସି ପଳାଇବା ଉଦ୍ୟମରୁ ନିବୃତ୍ତ କରିବା ପାଇଁ ସୁରକ୍ଷାକର୍ମୀମାନେ ଗୁଳି ଚାଳନା କରିଥିଲେ। କେତେକ କଏଦୀ ମଧ୍ୟ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ସେ କହିଛନ୍ତି।

ମାନବ ଅଧିକାର ସଂଗଠନ ଆମନେଷ୍ଟି ଇଣ୍ଟରନ୍ୟାସନାଲ କ‌ଙ୍ଗୋ ଉପରେ  ନିକଟରେ କରିଥିବା ରିପୋର୍ଟରେ କହିଛି ଯେ ମକାଲା କାରାଗାର ହେଉଛି କଙ୍ଗୋର ମୁଖ୍ୟ କାରାଗାର। ଯେଉଁଥିରେ ୧,୫୦୦କଏଦୀଙ୍କର ରହିବା କ୍ଷମତା ରହିଛି।  

କିନ୍ତୁ ଏଥିରେ ୧୨,୦୦୦ କଏଦୀଙ୍କୁ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜ ବିରୋଧରେ ଥିବା ଅଭିଯୋଗର ଶୁଣାଣି ଶେଷ ହେବାକୁ ଅପେକ୍ଷା କରିଛନ୍ତି। କଏଦୀମାନେ ଜେଲ ଭାଙ୍ଗି ପଳାଇବାକୁ ଉଦ୍ୟମ କରୁଥିବାବେଳେ  ଏଭଳି ଅଭାବନୀୟ ଘଟଣା ଘଟିଛି।

ସ୍ଥାନୀୟ ବାସିନ୍ଦା କହିଛନ୍ତି  ଜେଲରେ ରବିବାର ମଧ୍ୟରାତ୍ରିରୁ ଗୁଳି ଚାଳନା ହୋଇଥିବାବେଳେ  ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା। ସରକାରୀ ବରିଷ୍ଠ ଅଧିକାରୀ ଏହା ପୂର୍ବରୁ କହିଥିଲେ ଯେ ଏହି ଘଟଣାରେ କେବଳ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି।

ଅଧିକ ପଢ଼ନ୍ତୁ: ଛତିଶଗଡ଼ରେ ସୁରକ୍ଷା ବଳ ସହ ଏନ୍‌କାଉଣ୍ଟର୍‌ରେ ୯ ନକ୍ସଲ ମୃତ

ତେବେ ପରେ ମୃତ୍ୟୁ ସଂଖ୍ୟା ଅଧିକ ଥିବା ରିପୋର୍ଟ  ଜଣାପଡ଼ିଥିଲା। ସରକାର ମୃତ୍ୟୁ ସଂଖ୍ୟାକୁ ଜାଣିଶୁଣି ଚପାଇ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି। ଏହାକୁ ନେଇ  ମାନବ ଅଧିକାର କର୍ମୀଙ୍କ ଦ୍ବାରା ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ସରକାର କାହିଁକି ଏଭଳି କରୁଥିଲେ ସେନେଇ ପ୍ରଶ୍ନ ଉଠିଛି। ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ମନ୍ତବ୍ୟ ପ୍ରଦାନ କରାଯାଇ ନାହିଁ।

ଅଧିକ ପଢ଼ନ୍ତୁ: ରାତି ୩ଟା ସମୟରେ ଦୁଇଜଣ ଅପରିଚିତ ବ୍ୟକ୍ତିଙ୍କୁ ଦେଖି ଚକିତ ହୋଇ ଯାଇଥିଲେ ଟ୍ରେନି ଡାକ୍ତର