ହାଜତ ମୃତ୍ୟୁ ମାମଲା: ଆଇଜି ସମେତ ୮ ପୁଲିସଙ୍କୁ ଆଜୀବନ କାରାଦଣ୍ଡ

Advertisment

ହିମାଚଳ ପ୍ରଦେଶର ପୁଲିସ ଆଇଜି ଏବଂ ଅନ୍ୟ ୭ ଜଣ ପୁଲିସଙ୍କୁ ଆଜି ଚଣ୍ଡିଗଡ଼ର ଏକ ସିବିଆଇ କୋର୍ଟ ଆଜୀବନ କାରାଦଣ୍ଡ‌ରେ ଦଣ୍ଡିତ କରିଛନ୍ତି। ୨୦୧୭ ମସିହାର ଏକ ହାଜତ ମୃତ୍ୟୁ ମାମଲାରେ ସେମାନଙ୍କ ସମ୍ପୃକ୍ତି ପାଇଁ କୋର୍ଟ ସେମାନଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି।

ହିମାଚଳ ପ୍ରଦେଶର ପୁଲିସ ଆଇଜି ଏବଂ ଅନ୍ୟ ୭ ଜଣ ପୁଲିସଙ୍କୁ ଆଜି ଚଣ୍ଡିଗଡ଼ର ଏକ ସିବିଆଇ କୋର୍ଟ ଆଜୀବନ କାରାଦଣ୍ଡ‌ରେ ଦଣ୍ଡିତ କରିଛନ୍ତି। ୨୦୧୭ ମସିହାର ଏକ ହାଜତ ମୃତ୍ୟୁ ମାମଲାରେ ସେମାନଙ୍କ ସମ୍ପୃକ୍ତି ପାଇଁ କୋର୍ଟ ସେମାନଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି।

ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ପୁଲିସ ଆଇଜି ଏବଂ ଅନ୍ୟ ୭ ଜଣ ପୁଲିସଙ୍କୁ ଆଜି ଚଣ୍ଡିଗଡ଼ର ଏକ ସିବିଆଇ କୋର୍ଟ ଆଜୀବନ କାରାଦଣ୍ଡ‌ରେ ଦଣ୍ଡିତ କରିଛନ୍ତି। ୨୦୧୭ ମସିହାର ଏକ ହାଜତ ମୃତ୍ୟୁ ମାମଲାରେ ସେମାନଙ୍କ ସମ୍ପୃକ୍ତି ପାଇଁ କୋର୍ଟ ସେମାନଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି।  ଦୋଷୀ ସାବ୍ୟସ୍ତ ହୋଇଥିବା ପୁଲିସ ଅଫିସର ମାନେ ହେଉଛନ୍ତି ଆଇଜିପି ଜହୁର ହାଇଦର ଜୈଦି ଏବଂ  ତତ୍କାଳୀନ ଡିଏସ୍‌ପି ମନୋଜ ଯୋଶୀ, ଏସ୍‌ଆଇ ରାଜିନ୍ଦର ସିଂହ, ଏଏସ୍‌ଆଇ ଦୀପ ଚାନ୍ଦ ଶର୍ମା, ହେଡ କନେଷ୍ଟବଳ ମୋହନ ଲାଲ୍‌, ସୁରତ ସିଂହ, ରାଫି ମହମ୍ମଦ ଓ କନେଷ୍ଟବଳ ରଂଜିତ ସତେତା।  କୋର୍ଟ ମଧ୍ୟ ସମସ୍ତ ଦୋଷୀଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି।  

ଉଲ୍ଳେଖଯୋଗ୍ୟ ଯେ ୨୦୧୭ ଜୁଲାଇ ୧୮ରେ କୋଟଖାଇ ଥାନା‌ରେ ସୁରଜ ନାମକ ଜଣେ ଦୋଷୀର ହାଜତ ମୃତ୍ୟୁ ହୋଇଥିଲା।  ସେ ଜଣେ ୧୬ ବର୍ଷୀୟା ସ୍କୁଲ୍‌ ଛାତ୍ରୀକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ନାବାଳିକା ଜଣକ ୨୦୧୭ ଜୁଲାଇ ୪ରେ ନିଖୋଜ ହୋଇଯାଇଥିଲା। ଏହାର ୨ ଦିନ ପରେ ନାବାଳିକାର ମୃତଦେହ ମିଳିଥିଲା।  ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଥିଲା ଯେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବାପରେ ତାଙ୍କୁ ହତ୍ୟା କରାଯାଇଛି।  ଏହାର ତଦନ୍ତ ପାଇଁ ସରକାର ଏକ ଏସ୍‌ଆଇଟି ଗଠନ କରିଥିଲା। ‌ଜୈଦିଙ୍କ ନେତୃତ୍ବରେ ଉକ୍ତ ଏସ୍‌ଆଇଟି ହୋଇଥିଲା। ଏସ୍‌ଆଇଟି ସୁରଜ ସମେତ ୬ ଜଣଙ୍କୁ ଗିରଫ କରିଥିଲା। ପୁଲିସ ମଧ୍ୟ ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ରାଜିନ୍ଦର ବିରୋଧରେ ଏତଲା ରୁଜୁ କରିଥିଲା। ପରେ ହିମାଚଳପ୍ରଦେଶ ହାଇକୋର୍ଟ ପରବର୍ତ୍ତୀ ତଦନ୍ତ ପାଇଁ ମାମଲା ସିବିଆଇକୁ ହସ୍ତାନ୍ତର କରିଥିଲେ।  ତଦନ୍ତ ପରେ ସିବିଆଇ ଜୈଦି, ଯୋଶୀ ଏବଂ ଅନ୍ୟ ପୁଲିସ ଅଫିସରଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe