Image Courtesy of Zee News
ନୂଆଦିଲ୍ଲୀ: ନିକଟରେ ପାକିସ୍ତାନ ପିଙ୍ଗଳ ଆଇନର ସଂଶୋଧନ ପାଇଁ ପ୍ରସ୍ତାବିତ ଆପରାଧିକ ଆଇନ-୨୦୨୦(ସଂଶୋଧନ) ବିଲ୍ରେ ପାକ୍ ସେନାକୁ ଉଦ୍ଦେଶ୍ୟମୂଳକ ଭାବେ ବିଦ୍ରୂପ ବା ଥଟ୍ଟା କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ଉଲ୍ଲେଖ ରହିଛି। ଏପରିକି ଏଥି ପାଇଁ ୫ ଲକ୍ଷ ଟଙ୍କା ଯାଏ ଜରିମାନା କିମ୍ବା ଦୁଇ ବର୍ଷ ଯାଏ କାରାବାସ କିମ୍ବା ଉଭୟର ପ୍ରାବଧାନ ରହିଛି। ତେବେ ସେନାକୁ ଏପରି ପରିହାସ କରିବାଟା ଉଦ୍ଦେଶ୍ୟ ପ୍ରଣୋଦିତ ନା ଉଦ୍ଦେଶ୍ୟହୀନ ତାହା କିପରି ନିର୍ଦ୍ଧାରିତ ହେବ ସେ ସମ୍ପର୍କରେ କିଛି ବିଶଦ ଭାବେ ଦର୍ଶାଯାଇନି।
ଅପରପକ୍ଷେ, ଏହି ବିଲ୍କୁ କେନ୍ଦ୍ର କରି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅତୀତରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସେନାକୁ ସମାଲୋଚନା କରି ଦେଇଥିବା ଟିପ୍ପଣୀକୁ ଉଦ୍ଧାର କରି କେହି ଯଦି କିଛି ପ୍ରକାଶ କରେ, ସେଥିପାଇଁ ଇମ୍ରାନ ଖାଁ କ’ଣ ଦଣ୍ଡିତ ହେବେ ବୋଲି ପ୍ରଶ୍ନ ଉଠିଛି। ଏଠାରେ ସୂଚନାଯୋଗ୍ୟ, କୋଡ଼ିଏ ହଜାର ଲୋକ ରାସ୍ତାରେ ବିକ୍ଷୋଭ କଲେ, ପାକିସ୍ତାନର ସେନାଧ୍ୟକ୍ଷ କିଛି କରିପାରିବେନି, ବରଂ ନିଜ ପାଇଜାମାରେ ପରିସ୍ରା କରି ପକାଇବେ ବୋଲି ଖୋଦ୍ ଇମ୍ରାନ ଖାଁ ଅତୀତରେ ଦେଇଥିବା ଏକ ଭାଷଣର ଭିଡିଓ ଏବେ ଗଣମାଧ୍ୟମରେ ଘୂରି ବୁଲୁଛି।
Follow Us