ଜାଣନ୍ତୁ ଜେଲରେ କେମିତି କଟୁଛି ସଞ୍ଜୟଙ୍କ ଜୀବନ, ମିଳିଲା ବଡ କୋଠରୀ

ନୀତୀଶ କୁମାରଙ୍କ ମହିଳା ବିରୋଧୀ ବୟାନ ଉପରେ କଣ କହିଲେ ସଂଜୟ ରାଉତ ?

Deccan Herald

ମୁମ୍ବାଇ: ପତ୍ରା ଚଲ୍‌ ମାମଲାରେ ସମ୍ପୃକ୍ତ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ଅଛନ୍ତି | ବର୍ତ୍ତମାନ ରାଉତ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି। ଅନ୍ୟ କଏଦୀମାନଙ୍କ ପରି ରାଉତଙ୍କର ମଧ୍ୟ କଏଦୀ ନମ୍ବର ରହିଛି | ଶିବସେନା ନେତା ରାଉତଙ୍କ କଏଦୀ ସଂଖ୍ୟା ୮୯୫୯ ହୋଇଥିବାବେଳେ ତାଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ୧୦ ଫୁଟରେ ୧୦ ଫୁଟର ଏକ କୋଠରୀ ମିଳିଛି | ଏଥିରେ ଶୌଚାଳୟ ସଂଲଗ୍ନ ମଧ୍ୟ ଅଛି | ତାଙ୍କୁ ଏକ ଶଯ୍ୟା ସହ ଫ୍ୟାନ ମଧ୍ୟ ଦିଆଯାଇଛି | କୋଠରୀ ବାହାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବାବେଳେ  ସେ ଜେଲ କର୍ତୃପକ୍ଷଙ୍କୁ ଖାତା ଏବଂ କଲମ ମାଗିଥିଲେ |

ଏବେ ତାଙ୍କୁ ସେସବୁ ଦିଆଯାଇଥିବାବେଳେ  ବର୍ତ୍ତମାନ ସେ ପ୍ରତିଦିନ କିଛି ନା କିଛି ଲେଖୁଛନ୍ତି | କେବଳ ଏତିକି ନୁହେଁ, ସେ କିଛି ପୁସ୍ତକ ମଧ୍ୟ ଦେବାକୁ ଦାବି କରିଥିଲେ। ଆଉ ଏବେ ବହି ମଧ୍ୟ ତାଙ୍କୁ ଦିଆଯାଇଛି | ସୂଚନା ଥାଉ କି କିଛି ଦିନ ପୂର୍ବରୁ କିଛି ସାଂସଦ ଏବଂ ବିଧାୟକ ରାଉତଙ୍କୁ ଭେଟିବା ପାଇଁ ଜେଲ ଯାଇଥିଲେ କିନ୍ତୁ ତାଙ୍କୁ ସାକ୍ଷାତ କରିବାକୁ ଅନୁମତି ଦିଆଯାଇନଥିଲା। ଜେଲ ପ୍ରଶାସନ କହିଛି ଯେ କେବଳ ତାଙ୍କ ପରିବାର ସଦସ୍ୟ ରାଉତଙ୍କୁ ଭେଟି ପାରିବେ।

ଏହା ବ୍ୟତୀତ, ଯଦି ଅନ୍ୟ କେହି ରାଉତଙ୍କୁ ଭେଟିବାକୁ ଚାହାଁନ୍ତି, ତେବେ ତାଙ୍କୁ କୋର୍ଟରୁ ଅନୁମତି ନେବାକୁ ପଡ଼ିବ | କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଉତଙ୍କୁ ଜେଲରେ ଘରେ ତିଆରି ଖାଦ୍ୟ ଏବଂ ଔଷଧ ଦିଆଯାଉଛି । ଉଲ୍ଲେଖଯୋଗ୍ୟ, ଜର୍ଜଗାଓଁ  ଉପନଗରୀରେ ଥିବା ପତ୍ରା ଚଲ୍‌ର ପୁନର୍ବିକାଶରେ ଆର୍ଥିକ ଅନିୟମିତାରେ ସମ୍ପୃକ୍ତି ଥିବା ଦର୍ଶାଇ ଅଗଷ୍ଟ ୧ ତାରିଖରେ ସଞ୍ଜୟ ରାଉତଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe