ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଏକ ବଡ଼ ଝଟକା ଲାଗିଛି। ସୋମବାର ଲାହୋରର ଏକ ଆତଙ୍କବାଦ ବିରୋଧୀ କୋର୍ଟ ଇମ୍ରାନ ଖାଁଙ୍କ ଦଳର ୭୫ ଜଣ ନେତା ଏବଂ କର୍ମୀଙ୍କୁ ୩ ରୁ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛି । ୯ ମଇ, ୨୦୨୩ ଦଙ୍ଗା ସମୟରେ ଶାସକ ପିଏମଏଲ-ଏନର ଜଣେ ବରିଷ୍ଠ ନେତାଙ୍କ ଘର ଉପରେ ଆକ୍ରମଣ କରିବା ପାଇଁ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।
ଜଣେ କୋର୍ଟ ଅଧିକାରୀଙ୍କ ଅନୁସାରେ "ଫୈସଲାବାଦର ଆତଙ୍କବାଦ ବିରୋଧୀ କୋର୍ଟ (ଏଟିସି) ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ପଞ୍ଜାବ ସଭାପତି ରାଣା ସନାଉଲ୍ଲାଙ୍କ ଘର ଉପରେ ଆକ୍ରମଣ ମାମଲାରେ ପାକିସ୍ତାନ ତେହେରିକ୍-ଏ-ଇନସାଫ ପାର୍ଟିର ୫୯ ଜଣ ନେତା ଏବଂ କର୍ମୀଙ୍କୁ ୧୦ ବର୍ଷ ଏବଂ ଅନ୍ୟ ୧୬ ଜଣଙ୍କୁ ତିନି ବର୍ଷ ଜେଲଦଣ୍ଡ ଶୁଣାଇଛି। ସେହି ସମୟରେ, ୩୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।" ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ମୋଟ ୧୦୯ ଜଣ ଅଭିଯୁକ୍ତ ଥିଲେ, ଯେଉଁଥିରୁ କୋର୍ଟ ୭୫ ଜଣଙ୍କୁ ଦଣ୍ଡ ଦେଇଛନ୍ତି।
ଇମ୍ରାନ ଖାଁଙ୍କୁ ଝଟକା, ପିଟିଆଇର ୭୫ଜଣ କର୍ମୀଙ୍କୁ ଜେଲ୍
Advertisment
Follow Us