Image Courtesy of Deccan Chronicle
ବେଙ୍ଗାଲୁରୁ: ସ୍ୱାମୀ ଏମ୍ ନଟରାଜନଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ୧୫ ଦିନ ପାରୋଲ୍ରେ ଯିବା ପାଇଁ ଆବେଦନ କରିଛନ୍ତି ବନ୍ଦିନୀ ଏଆଇଏଡିଏମ୍କେ ନେତ୍ରୀ ଭି କେ ଶଶିକଳା। ତାଙ୍କର ଆବେଦନ ବିଚାରାଧୀନ ରହିଛି ବୋଲି କାରାଗାର ସୂତ୍ରରୁ ପ୍ରକାଶ।
ସୋମବାର ପ୍ରତ୍ୟୁଷରେ ୭୪ ବର୍ଷିୟ ନଟରାଜନଙ୍କର ପରଲୋକ ହୋଇଯାଇଛି। ଶେଷ ଦର୍ଶନ ପାଇଁ ତାଙ୍କ ମର ଶରୀର ଚେନ୍ନାଇସ୍ଥିତ ବେସାନ୍ତ ନଗର ବାସଭବନରେ ରଖାଯାଇଛି।
ଛାତିରେ ଭୀଷଣ ସଂକ୍ରମଣ ହେବାରୁ ନଟରାଜନଙ୍କୁ ଶନିବାର ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟ୍ର୍ରେ ରଖା ଯାଇଥିଲା। ୨୦୧୭ରେ ତାଙ୍କର ବୃକ୍କ ପ୍ରତିରୋପଣ କରାଯାଇଥିଲା।
ଶେଷକୃତ୍ୟ ପାଇଁ ତାମିଲନାଡୁର ତାଞ୍ଜାବୁର୍ ଜିଲ୍ଲା ଅନ୍ତର୍ଗତ ତାଙ୍କ ଜନ୍ମିତ ଗ୍ରାମକୁ ଶବ ନିଆ ଯିବ ବୋଲି ନଟରାଜ ପରିବାରର ନିକଟତମଙ୍କ ସୂତ୍ରରୁ ପ୍ରକାଶ।
୬୬.୬ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଶଶିକଳାଙ୍କୁ ୪ ବର୍ଷ କରାଦଣ୍ଡାଦେଶ ହୋଇଥିବାରୁ ସେ ବେଙ୍ଗାଲୁରୁର ପରପ୍ପନା ଅଗ୍ରାହରା ଜେଲ୍ରେ ବନ୍ଦିନୀ ହୋଇ ରହିଛନ୍ତି।
Follow Us