ପ୍ରି-ୱେଡିଙ୍ଗ ଫଟୋସୁଟ୍ ଉପରେ ଲାଗିଲା ପ୍ରତିବନ୍ଧକ, ବରଯାତ୍ରୀରେ ନାଚି ପାରିବେ ନାହିଁ ମହିଳା !

Advertisment
ପ୍ରି-ୱେଡିଙ୍ଗ ଫଟୋସୁଟ୍ ଉପରେ ଲାଗିଲା ପ୍ରତିବନ୍ଧକ, ବରଯାତ୍ରୀରେ ନାଚି ପାରିବେ ନାହିଁ ମହିଳା !

indiatimes.com

ଭୋପାଳ: ଭାରତୀୟ ବିବାହରେ ଅନେକ ପ୍ରକାରର ରୀତିନୀତିର ପାଳନ କରାଯାଏ। ପୂର୍ବରୁ ମାତ୍ର ୨-୩ଟି ପ୍ରଥା ରହିଥିବା ବେ‌ଳେ ଏବେ ବିବାହ ପୂର୍ବରୁ ଏବଂ ପରେ ଅନେକ ପ୍ରକାରର ଉତ୍ସବର ଆୟୋଜନ କରାଯାଉଛି। ବିବାହ ପୂର୍ବରୁ ଏବେ ହଲଦୀ, ମେ‌ହନ୍ଦୀ, ସଙ୍ଗୀତ୍, କକଟେଲ୍ ପାର୍ଟି ଓ ପ୍ରି-ୱେଡିଙ୍ଗ୍ ଫଟୋସୁଟ୍ କରାଯାଉଥିବା ବେଳେ ବିବାହ ପରେ ବିବାହର ଭୋଜି, ପୋଷ୍ଟ ୱେଡିଙ୍ଗ ଫଟୋସୁୁଟ୍ ଇତ୍ୟାଦି କରାଯାଉଛି। କିଛି ବର୍ଷ ପୂର୍ବେ ଏଭଳି କିଛି ନୂଆ ନୂଆ ଜିନିଷ ଆରମ୍ଭ ହୋଇଥିବା ବେଳେ ଧିରେ ଧିରେ ଏହାକୁ ସମସ୍ତେ ଆପଣାଇ ସାରିଲେଣି।

publive-image indiatimes.com

କିନ୍ତୁ ଏବେ ଭୋପାଳରେ ରହୁଥିବା ‌ଜୈନ୍ ଓ ଗୁୁଜୁରାଟୀ ସମାଜ ସଂସ୍ଥା ପ୍ରି-ୱେଡିଙ୍ଗ୍ ଫଟୋସୁଟ୍ ଓ ପୁରୁଷ କୋରିଓଗ୍ରାଫରଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସହ ବରଯାତ୍ରୀରେ ମହିଳାମାନେ ନାଚି ପାରିବେ ନାହିଁ ବୋଲି ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି। ଜୈନ୍ ଓ ଗୁୁଜୁରାଟୀ ସମାଜ ସଂସ୍ଥା ଏକ ସର୍କୁଲାର ଜାରି କରି ସମୁଦାୟର ସଦସ୍ୟଙ୍କୁ ଏ ନେଇ ସୂଚନା ଦେଇଛନ୍ତି। ଏହି ସବୁ ଜିନିଷ ଆମ ସଂସ୍କୃତି ବିରୁଦ୍ଧ ଓ ଆମ ସମାଜରେ ସମସ୍ୟା ସୃଷ୍ଟି କରୁଥିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଯାଉଥିବା ନେଇ ସର୍କୁଲାରରେ କୁହାଯାଇଛି। ଏହା ସହ ଯେଉଁମାନେ ଏହି ନିୟମକୁ ନ ମାନିବେ ସେମାନଙ୍କୁ ସମୁଦାୟର ବହିଷ୍କାର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe