୪୦୦ ଫୁଟ୍‌ ଗଭୀର ବୋରୱେଲରେ ଖସିପଡ଼ିବା ପରେ ୧୩ ଘଣ୍ଟା ପରେ ଉଦ୍ଧାର ହେଲା ୪ ବର୍ଷୀୟା ଶିଶୁର ମୃତଦେହ

Advertisment
୪୦୦ ଫୁଟ୍‌ ଗଭୀର ବୋରୱେଲରେ  ଖସିପଡ଼ିବା ପରେ ୧୩ ଘଣ୍ଟା ପରେ ଉଦ୍ଧାର ହେଲା ୪ ବର୍ଷୀୟା ଶିଶୁର ମୃତଦେହ

www.jagran.com

ଯୋଦ୍ଧପୁର: ଯୋଦ୍ଧପୁରର ମେଲାନା ଗାଁରେ ୧୩ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିବା ପରେ ୪୦୦ ଫୁଟ୍‌ ଗଭୀର ଏକ ବୋରୱେଲ ଭିତରକୁ ଖସି ପଡ଼ିଥିବା ୪ ବର୍ଷୀୟା ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଏହି ୪ ବର୍ଷୀୟା ନାବାଳିକାର ଶରୀର ପ୍ରାୟ ୧୩ ଘଣ୍ଟା ପରେ ଉଦ୍ଧାର କରାଯାଇଥିବା ଜାଣିବାକୁ ମିଳିଛି।

ସୀମା ନାମକ ଏହି ଶିଶୁ ସୋମବାର ସଂଧ୍ୟା ୫.୩୦ରେ ବୋରୱେଲ ଭିତରକୁ ଖସି ପଡ଼ିଥିଲା। ସେ ଖସିପଡ଼ିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ରାତି ୮.୦୦ରେ ସୀମାଙ୍କ କାନ୍ଦ ସ୍ୱର ଶୁଣିବାକୁ ମିଳିଥିଲା। ମାତ୍ର ତା’ ପରେ ସୀମା ଧୀରେ ଧୀରେ ତଳକୁ ଖସିବାକୁ ଲାଗିଥିଲେ। ରାତି ୧୧ଟା ସୁଦ୍ଧା ସେ ୩୫୦ ଫୁଟ୍‌ ଗଭୀରକୁ ଖସି ପଡ଼ିଥିଲା।

publive-image

ରାତି ୧୨.୩୦ ସମୟରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବହୁ ଚେଷ୍ଟା କରିବା ପରେ ଶେଷରେ ୧୩ ଘଣ୍ଟା ବ୍ୟବଧାନ ପରେ ସୀମାଙ୍କ ମୃତଦେହକୁ ବୋର୍‌ଓଏଲ୍‌ ଭିତରୁ କାଢ଼ିବାରେ ସଫଳ ହୋଇଥଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe