ଜୟପୁର: ଜୟପୁରର ଭାଙ୍କରୋଟା ଅଞ୍ଚଳରେ ଏକ ଗ୍ୟାସ୍ ଟ୍ୟାଙ୍କରରେ ହୋଇଥିବା ବିସ୍ଫୋରଣ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ଜୟପୁର-ଅଜମେର ରାଜପଥରେ ଏକ ଗ୍ୟାସ ଟ୍ୟାଙ୍କର ଓ ଅନେକ ଗାଡି ମୁହାଁମୁହିଁ ଧକ୍କା ହେବାଫଳରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାର କିଛି ମିନିଟ୍ ମଧ୍ୟରେ ଅଗ୍ନିକାଣ୍ଡ ହୋଇ ଆଖପାଖରେ ଥିବା ଘରଦ୍ବାରା ଓ ଆସବାବକୁ କବଳିତ କରିନେଇଥିଲା ।
ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଘଟଣାସ୍ଥଳର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ରାଜପଥ ନିକଟରେ ଥିବା ଏକ ଘରେ ନିଆଁ ଲାଗିଯିବା ଫଳରେ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଛି। ଭିଡିଓରେ ରାସ୍ତାରେ ଧୂଆଁ ବ୍ୟାପୁଥିବା ଦେଖିବାକୁ ମିଳିଥିଲା, ଯାହା ପରେ ଜୋରରେ ବିସ୍ଫୋରଣ ଓ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣା ପରେ ଆକାଶରେ ଗଭୀର କଳା ଧୂଆଁ ଉଠିଥିବା ବେଳେ ପ୍ରାୟ ଏକ କିଲୋମିଟର ଦୂରରୁ ଏହା ଦେଖିବାକୁ ମିଳିଥିଲା।
Follow Us