ଜୟପୁର ସିରିଏଲ ବିସ୍ଫୋରଣ: ୪ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କଲେ ସ୍ୱତନ୍ତ୍ର ଅଦାଲତ

Advertisment
ଜୟପୁର ସିରିଏଲ ବିସ୍ଫୋରଣ: ୪ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କଲେ ସ୍ୱତନ୍ତ୍ର ଅଦାଲତ

FreePressJournal

ଜୟପୁର: ଜୟପୁର ସିରିଏଲ ବିସ୍ଫୋରଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣ ଅପରାଧୀଙ୍କୁ ଆଜି ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି ଜୟପୁରର ଏକ ଅଦାଲତ। ଗତ ବୁଧବାର ଦିନ ଅଦାଲତ ଏହି ୪ ଜଣ ଅଭିଯୁକ୍ତଙ୍କୁ ଜୟପୁର ସିରିଏଲ ବିସ୍ଫୋରଣ ଘଟଣାରେ ଦୋଷୀ ସାବ୍ୟସ୍ତ କାରିଥିଲେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୨୦୦୮ ମେ’ ୩୧ ତାରିଖରେ ଜୟପୁରରେ ଘଟିଥିବା ୮ଟି ସିରିଏଲ ବିସ୍ଫୋରଣ ଘଟଣାରେ ୭୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮୫ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ୍‌ ମହମ୍ମଦ ସୈଫ୍‌, ମହମ୍ମଦ ସରଓ୍ଵାର ଆଜ୍‌ମୀ, ମହମ୍ମଦ ସଲମାନ ଓ ସଇଫୁର ରହେମାନ୍‌ଙ୍କୁ ଗିରଫ କରିଥିଲା। ଏହି ଅଭିଯୁକ୍ତମାନଙ୍କ ବିରୋଧରେ ପୁଲିସ୍‌ ଚାର୍ଜସିଟ୍‌ ଦାଖଲ କରିବା ପରେ ଏମାନଙ୍କର ବିଚାର ଜୟପୁରର ଏକ ସ୍ୱତନ୍ତ୍ର ଅଦାଲତରେ ଚାଲିଥିଲା। ସ୍ୱତନ୍ତ୍ର ଅଦାଲତ ଏହି ୪ ଅପରାଧୀଙ୍କୁ ଗତ ବୁଧବାର ଦିନ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଦଣ୍ଡାଦେଶ ଘୋଷଣା କରିଛନ୍ତି। ଦଣ୍ଡାଦେଶ ଶୁଣାଇ ବିଚାରପତି ଏହି ୪ ଅପରାଧୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ସହ ମୃତ୍ୟୁ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ଅଦାଲତର ବିଚାରପତି ଫାଶୀ ଦଣ୍ଡାଦେଶ ଘୋଷଣା କଲାବେଳେ ଏହି ୪ ଅପରାଧୀ ଅଦାଲତରେ ଉପସ୍ଥିତ ଥିଲେ।

publive-image News Nation

ତେବେ, ଏହି ସିରିଏଲ ବିସ୍ଫୋରଣ ଘଟଣାରେ ଅନ୍ୟତମ ଅଭିଯୁକ୍ତ ଥିବା ଶାହାବାଜ୍‌ ହୁସେନ୍‌କୁ ଅଦାଲତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe