କଠିନ ଉଦ୍ୟମ ପରେ ଶିଶୁର କଟା ହାତକୁ ପୁଣି ସଫଳତାର ସହ ଯୋଡି ଦେଇଥିଲେ ଡାକ୍ତରୀଦଳ; ଭୋଭୋ ହୋଇ କାନ୍ଦୁଥିବା ମା‌’ ହୋଇଯାଇଥିଲା ତୁନି

ଏସଏମଏସ ଡାକ୍ତର ପ୍ରଦୀପ ଗୁପ୍ତାଙ୍କ ନେତୃତ୍ୱରେ ଡାକ୍ତରୀଦଳ ଦୀର୍ଘ ଛଅ ଘଣ୍ଟାର କଠିନ ଉଦ୍ୟମ ପରେ, ଅସମ୍ଭବକୁ ସମ୍ଭବ କରି ପାରିଥିଲେ। ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ଜସପ୍ରୀତଙ୍କ କଟା ହାତକୁ ପୁଣି ଡାକ୍ତରୀଦଳ ସଫଳତାର ସହ ଯୋଡି ଦେଇଥିଲେ।

New Project (2)

ନୂଆଦିଲ୍ଲୀ: ଡାକ୍ତରବାବୁ ମୋ ଗୁହାରି ଶୁଣନ୍ତୁ, କିଛି କରନ୍ତୁ... ମୋ ପୁଅର ହାତ ମେସିନରେ କଟି ଯାଇଛି, ଦୟାକରି ତାକୁ ଯୋଡ଼ି ଦିଅନ୍ତୁ.... କହି ଭୋଭୋ ହୋଇ ହସ୍ପିଟାଲରେ କାନ୍ଦୁଥିଲା ଜଣେ ମା’। 

ହସ୍ପିଟାଲ ପରିସରରେ ଦୁଃଖୀ ମା’କୁ ଡାକ୍ତରମାନେ ଧୌର୍ଯ୍ୟ ଧରିବାକୁ କହିବା ସହିତ ବିଶ୍ବାସ ରଖିବାକୁ କହିଥିଲେ। ଏହାପରେ  ଜୟପୁରର ସୱାଇ ମାନସିଂହ (ଏସଏମଏସ) ହସ୍ପିଟାଲରେ ଡାକ୍ତରମାନେ ସମୟ ବିଳମ୍ବ ନକରି ସଙ୍ଗେସଙ୍ଗେ ଅଲୱରର ବାସିନ୍ଦା ଜସପ୍ରୀତ ସିଂହ (୬ବର୍ଷ)ଙ୍କ ହାତର ଅସ୍ତ୍ରୋପଚାର ଆରମ୍ଭ କରିଥିଲେ।

ଏସଏମଏସ ଡାକ୍ତର ପ୍ରଦୀପ ଗୁପ୍ତାଙ୍କ ନେତୃତ୍ୱରେ ଡାକ୍ତରୀଦଳ ଦୀର୍ଘ ଛଅ ଘଣ୍ଟାର କଠିନ ଉଦ୍ୟମ ପରେ, ଅସମ୍ଭବକୁ ସମ୍ଭବ କରି ପାରିଥିଲେ। ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ଜସପ୍ରୀତଙ୍କ କଟା ହାତକୁ ପୁଣି ଡାକ୍ତରୀଦଳ ସଫଳତାର ସହ ଯୋଡି ଦେଇଥିଲେ।

ଡାକ୍ତର ଆକାଂକ୍ଷା ଜସପ୍ରୀତ ସିଂହଙ୍କ କଟାହାତ ଅସ୍ତ୍ରୋପଚାରକୁ ନେଇ କହିଛନ୍ତି, ‘ଅପରେସନ ପରେ ୧୨ଦିନ ଧରି ପିଲାଟିକୁ ନିରନ୍ତର ପର୍ଯ୍ୟବେକ୍ଷଣରେ ରଖିବା ପରେ, ଦେଖାଗଲା ଯେ ଶିଶୁ ଅଙ୍ଗରେ ରକ୍ତ ପ୍ରବାହ ସ୍ୱାଭାବିକ ହୋଇଛି। କୌଣସି ସଂକ୍ରମଣ ବ୍ୟାପି ନାହିଁ। ଏହା ଆମ ପାଇଁ ଏକ ଅତ୍ୟନ୍ତ ସକାରାତ୍ମକ ସଙ୍କେତ ଥିଲା।

ଜସପ୍ରୀତର ହାତ ଯୋଡା ଯାଇଛି ସତ କିନ୍ତୁ ତାର ଏ ଯାତ୍ରା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ବର୍ତ୍ତମାନ ତାର ଫିଜିଓଥେରାପି ଏବଂ ମାଂସପେଶୀଗୁଡ଼ିକୁ ପୁନଃ ସକ୍ରିୟ କରିବାର ପ୍ରକ୍ରିୟା କରିବାକୁ ପଡିବ, ଯାହା ପ୍ରାୟ ୪ ରୁ ୬ ମାସ ପର୍ଯ୍ୟନ୍ତ ସମୟ ଲାଗିବ। ଆଶା କରାଯାଉଛି ଯେ ଏହି ପ୍ରକ୍ରିୟାପରେ ଜସପ୍ରୀତ ପୁଣି ଥରେ ତାର ସକ୍ରିୟ ହାତକୁ ଫେରି ପାଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe