ବେଶ ଖୁସିରେ ଘରକୁ ଫେରୁଥିବା ବେଳେ ଜଳିଗଲେ ଯବାନଙ୍କ ସମେତ ତାଙ୍କ ପରିବାରର ୪ଜଣ ସଦସ୍ୟ

ରାଜସ୍ଥାନର ଯୋଧପୁର ରାଜପଥରେ ଏକ ଭୟାବହ ବସ୍‌ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଘଟଣାସ୍ଥଳରେ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଯବାନ ଓ ତାଙ୍କ ପରିବାର ବି ସାମିଲ ଅଛନ୍ତି।

New Project (60)

ଜୟପୁର: ରାଜସ୍ଥାନର ଯୋଧପୁର ରାଜପଥରେ ଏକ ଭୟାବହ ବସ୍‌ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଘଟଣାସ୍ଥଳରେ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।  

ଏହି ମୃତକଙ୍କ ମଧ୍ୟରେ ଯବାନ ମହେନ୍ଦ୍ର ମେଘୱାଲ ଏବଂ ତାଙ୍କ ପରିବାରର ସାମିଲ ଅଛନ୍ତି। ମହେନ୍ଦ୍ର ତାଙ୍କ ପତ୍ନୀ ପାର୍ବତୀ, ଦୁଇ ଝିଅ ଖୁସବୁ ଏବଂ ଦୀକ୍ଷା ଏବଂ ପୁଅ ଶୌର୍ଯ୍ୟଙ୍କ ସହିତ ଘରକୁ ଯିବା ପାଇଁ ଖୁବ ଖୁସିରେ ବସ୍ ଚଢ଼ିଥିଲେ। ମହେନ୍ଦ୍ର ଚଢ଼ିଥିବା ବସରେ ୫୭ଜଣ ଯାତ୍ରୀ ନିଜନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବେଶ ଉତ୍ସାହିତ ଥିଲେ। କିନ୍ତୁ କିଏ ଜାଣିଥିଲା କିଛି ସମୟ ପରେ ଏ ବସଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଯିବ।ଆଉ ଦେଖୁଦେଖୁ ୨୦ଜଣ ଯାତ୍ରୀ ଉକ୍ତ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯିବେ।  

ଜୈସଲମେରର ଇନ୍ଦିରା କଲୋନୀରେ ମହେନ୍ଦ୍ର ଭଡ଼ାରେ ରହୁଥିଲେ। ମହେନ୍ଦ୍ର ଗୋଳାବାରୁଦ ଡିପୋରେ ନିଯୁକ୍ତ ଥିଲେ। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମୃତଦେହଗୁଡ଼ିକୁ ଚିହ୍ନଟ କରିବା ପାଇଁ ଡିଏନଏ ନମୁନା ସଂଗ୍ରହ ଆରମ୍ଭ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହସ୍ପିଟାଲରେ ଭର୍ତ୍ତି ଆହତମାନଙ୍କୁ ମଧ୍ୟ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe