ଟ୍ରାଲ୍‌ ଏନ୍‌କାଉଣ୍ଟର୍‌ରେ ଜୈସ୍‌ ମୁଖ୍ୟଙ୍କ ପୁତୁରା ନିହତ?

ଟ୍ରାଲ୍‌ ଏନ୍‌କାଉଣ୍ଟର୍‌ରେ ଜୈସ୍‌ ମୁଖ୍ୟଙ୍କ ପୁତୁରା ନିହତ?

ନୂଆଦିଲ୍ଲୀ: ଜୈସ୍‌ ମୁଖ୍ୟ ମୌଲାନା ମସୂଦ ଆଝାରଙ୍କ ପୁତୁରା ବୋଲି ମନେ କରାଯାଉଥିବା ଜଣେ ଉଚ୍ଚ ପ୍ରଶିକ୍ଷିତ ସ୍ନାଇପର୍‌ଙ୍କ ସମେତ ମଙ୍ଗଳବାର ଦିନ ଦକ୍ଷିଣ କଶ୍ମୀରର ଟ୍ରାଲ୍‌ ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ଘଟି ଅନ୍ୟୂନ ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଆତଙ୍କବାଦୀମାନଙ୍କ ଆଡ୍ଡାରୁ ଦୁଇଟି ଦଗ୍ଧ ଶବ ଓ ଗୋଟିଏ ଏମ୍‌-ଫୋର୍‌ କାର୍ବାଇନ୍‌ ଉଦ୍ଧାର କରିବାରେ ସମର୍ଥ ହୋଇଛନ୍ତି। ସମଗ୍ର ବିଶ୍ୱରେ ସ୍ପେସାଲ୍‌ ଫୋର୍ସ, ପାରା କମାଣ୍ଡୋ ଏବଂ ମେରାଇନ୍‌ମାନେ କର୍ବାଇନ୍‌ ବ୍ୟବହାର କରନ୍ତି।

ବିଳମ୍ବିତ ସନ୍ଧ୍ୟା ଯାଏଁ ଆନୁଷ୍ଠାନିକ ଭାବେ ଦୁଇ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ପାରି ନ ଥିଲେ ମଧ୍ୟ ଏକାଧିକ ସୂତ୍ରରୁ ପ୍ରକାଶରେ ନିହତମାନଙ୍କ ମଧ୍ୟରେ ଜଣେ ଜୈସ୍‌ ମୁଖ୍ୟଙ୍କ ପୁତୁରା ଉସ୍‌ମାନ୍‌ ହାଇଦର୍‌ ହୋଇ ପାରନ୍ତି। ଉସ୍‌ମାନ୍‌ ଜୈସ୍‌ ସ୍ନାଇପର୍‌ ସ୍କ୍ଵାଡ୍ର ଉପମୁଖ୍ୟ ଥିଲେ। ଅନ୍ୟଜଣକ କଶ୍ମୀରର ଶୌକତ ଅହମଦ୍‌ ହୋଇ ପାରନ୍ତି ବୋଲି କୁହାଯାଉଛି।

ଏ ମାସ ପ୍ରାରମ୍ଭରେ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା କି, ଅଝାରଙ୍କର ଉସ୍‌ମାନ୍‌ ନାମକ ଜଣେ ପୁତୁରା ଉପତ୍ୟକାକୁ ପ୍ରବେଶ କରିବାକୁ ପ୍ରସ୍ତୁତି କରୁଛି। ବିଳମ୍ବିତ ମଙ୍ଗଳବାରେ ଜୈସ୍‌ ରିଲିଜ୍‌ କରିଥିବା ଏକ ବିବୃତିରେ ସ୍ୱୀକାର କରିଛି ଯେ ଉସ୍‌ମାନ୍‌ ସମେତ ତା’ର ମୁଜାହିଦୀନ୍‌ମାନେ ଭାରତୀୟ ବଳଙ୍କ ଦ୍ୱାରା ନିହତ ହୋଇଥିବାରୁ ତା’ର ପ୍ରତିଶୋଧ ନେବାକୁ ସେମାନେ ପ୍ରତିଜ୍ଞାବଦ୍ଧ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe