ଜୈଶ କମାଣ୍ଡର ଖାଲିଦ୍‌ ନିପାତ

ଜୈଶ କମାଣ୍ଡର ଖାଲିଦ୍‌ ନିପାତ

ଶ୍ରୀନଗର:   ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଜଣେ ଶୀର୍ଷ କମାଣ୍ଡର ଖାଲିଦ୍‌  ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ନିପାତ ହୋଇଛି। ଉତ୍ତର କଶ୍ମୀରରେ ସୁରକ୍ଷା ବାହିନୀର ମିଳିତ କମ୍ବିଂ ଚାଲିଥିବା ବେଳେ ଖାଲିଦ ଲୁଚି ଥିବା ଆଡ଼ା ଠାବ ହୋଇଥିଲା। ପ୍ରାୟ ୧ ଘଣ୍ଟାର ଗୁଳି ବିନିମୟ ପରେ ଖାଲିଦ ନିପାତ ହୋଇଥିଲା ଘୋଷଣା କରାଯାଇଥିଲା ଏବଂ ତା’ର ମୃତଦେହକୁ ମଧ୍ୟ ଜବତ କରାଯାଇଛି ।   ଜମ୍ମୁ କଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଏସ୍‌ ପି ବୈଦ କହିଛନ୍ତି ଯେ  ବିଗତ ୩ ବର୍ଷ ଧରି ଉତ୍ତର ଓ ଦକ୍ଷିଣ କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଅନେକ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଖାଲିଦ। କଶ୍ମୀରୀ ଯୁବକଙ୍କୁ ଆତଙ୍କବାଦୀ ସଂଗଠନ  ଜୈଶରେ ଭର୍ତ୍ତି କରିବା ପାଇଁ ମଧ୍ୟ ପ୍ରମୁଖ ଭୂମିକା ନେଉଥିବା ଖାଲିଦ ଜଣେ ପାକିସ୍ତାନୀ ନାଗରିକ।

ଖାଲିଦ ‘ଏ ପ୍ଲସ୍‌ ପ୍ଲସ୍‌’ ଶ୍ରେଣୀର ଆତଙ୍କବାଦୀ ଥିଲା ଏବଂ ତାକୁ ଧରାଇଦେବା ପାଇଁ ୭ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।   ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଗୁଇନ୍ଦା ବିଭାଗକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ ମିଳିଥିଲା ଏବଂ ସେହି ଆଧାରରେ ଖାଲିଦର ଆଡାକୁ ଠାବ କରାଯାଇଥିଲା।  ପୂର୍ବରୁ ଖାଲିଦକୁ ଧରିବା ପାଇଁ ହୋଇଥିବା ଅନେକ ଅଭିଯାନ ବିଫଳ ହୋଇଥିବା ବେଳେ ଏଥର ସୁରକ୍ଷା ବାହିନୀ ଗୁଳିରୁ ବର୍ତ୍ତିବାକୁ ଖାଲିଦ ଅସମର୍ଥ ହୋଇଥିଲା। ନିକଟରେ ଶ୍ରୀନଗର ଏୟାରପୋର୍ଟ ନିକଟ ବିଏସ୍‌୍‌ଏଫ୍‌ କ୍ୟାମ୍ପ୍‌ ଉପରେ ହୋଇଥିବା ଆକ୍ରମଣରେ ଜୈଶ ଆତଙ୍କବାଦୀ ସାମିଲ ଥିଲା ଏବଂ ଖାଲିଦ ଏହି ଆକ୍ରମଣ ଯୋଜନା କାର୍ଯ୍ୟକାରୀ କରାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe