ପୁଲଓ୍ଵାମା ଆକ୍ରମଣ ସଂପର୍କରେ ଜୈଶ୍‌ କମାଣ୍ଡର୍‌ ନିସାର ଅହମ୍ମଦ ତନ୍ତ୍ରୟକୁ ପୂର୍ବରୁ ସବୁ ଜଣାଥିଲା, ଜୈଶ୍‌ ପକ୍ଷରୁ ପ୍ରଥମ ସ୍ୱୀକାରୋକ୍ତି

Advertisment
ପୁଲଓ୍ଵାମା ଆକ୍ରମଣ ସଂପର୍କରେ ଜୈଶ୍‌ କମାଣ୍ଡର୍‌ ନିସାର ଅହମ୍ମଦ ତନ୍ତ୍ରୟକୁ ପୂର୍ବରୁ ସବୁ ଜଣାଥିଲା, ଜୈଶ୍‌ ପକ୍ଷରୁ ପ୍ରଥମ ସ୍ୱୀକାରୋକ୍ତି

www.hindustantimes.com

ନୂଆଦିଲ୍ଲୀ: ଗତ ରବିବାର ଦୁବାଇରୁ ଭାରତ ଆସିଥିବା ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର କମାଣ୍ଡର୍‌ ନିସାର ଅହମ୍ମଦ ତନ୍ତ୍ରୟ ସ୍ୱୀକାର କରିଛି ଯେ ଗତ ଫେବ୍ରୁଆରି ୧୪ରେ ପୁଳଓ୍ଵାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସଂପର୍କରେ ତାକୁ ଜଣାଥିଲା। ଏହି ଆକ୍ରମଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମୁଦାସିର୍‌ ଖାନ୍‌ ନିସାରକୁ ଭାରତରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ଯୋଜନାରେ ସାମିଲ୍‌ ହେବାକୁ କହିଥିଲା ବୋଲି ନିସାର୍‌କୁ ଧରି ପଚରାଚଚରା କରିବା ପରେ ଜଣେ ଅଧିକାରୀ ଜଣାଇଛନ୍ତି।

ଏହି ଆକ୍ରମଣ ଜୈଶ୍‌-ଇ-ମହମ୍ମଦ ସଂଗଠନର ନେତୃତ୍ୱରେ ହୋଇଥିଲା ବୋଲି ଏହା ହେଉଛି ଜୈଶ୍‌ ପକ୍ଷରୁ ପ୍ରଥମ ସ୍ୱୀକାରୋକ୍ତି। ଏହି ସୂଚନା ସକାଶେ ଆକ୍ରମଣ ପରଠାରୁ ହିଁ ଭାରତୀୟ ଗୁଇନ୍ଦା ସଂସ୍ଥା, ଦଦନ୍ତକାରୀ ଦଳ ଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଅପେକ୍ଷା କରି ରହିଥିବା ବେଳେ ନିସାର ଏହି ବଡ଼ ଖୁଲାସା କରିଥିବା ଜାଣିବାକୁ ମିଳିଛି।

ଜୈଶ୍‌-ଇ-ମହମ୍ମଦର ନେତା ନୁର୍‌ ଅହମ୍ମଦ ତନ୍ତ୍ରୟର ଭାଇ ଅହମ୍ମଦ ତନ୍ତ୍ରୟ ଫେବ୍ରୁଆରି ୧ ତାରିଖରୁ ଭାରତ ଛାଡ଼ି ପଳାଇଥିଲା। ଅହମ୍ମଦ ତନ୍ତ୍ରୟ କହିଛି ଯେ ଖାନ ତାକୁ ସୋସିଆଲ୍‌ ମିଡିଆ ଆପ୍‌ ବ୍ୟବହାର କରି ଡକାଇଥିଲା। ତା’ପରେ ପୁଲଓ୍ଵାମା ଆକ୍ରମଣ ଯୋଜନା ସଂପର୍କରେ ତାକୁ କହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe