Jihadi course tufat-al-muminat: ପାଣ୍ଠି ସଂଗ୍ରହ ଏବଂ ନିଯୁକ୍ତି ପାଇଁ 'ତୁଫତ ଅଲ-ମୁମିନତ' ଆରମ୍ଭ କଲା ଜୈସ୍-ଏ-ମହମ୍ମଦ

Advertisment

ମହିଳାଙ୍କ ପାଇଁ Jihadi Course ଆରମ୍ଭ କଲା ଜୈସ୍-ଏ-ମହମ୍ମଦ। ପାଣ୍ଠି ସଂଗ୍ରହ ଏବଂ ନିଯୁକ୍ତି ପାଇଁ ଏକ ଅନଲାଇନ୍ ତାଲିମ ପାଠ୍ୟକ୍ରମ, 'ତୁଫତ ଅଲ-ମୁମିନତ' ଆରମ୍ଭ କରିଛି।

ମହିଳାଙ୍କ ପାଇଁ Jihadi Course ଆରମ୍ଭ କଲା ଜୈସ୍-ଏ-ମହମ୍ମଦ। ପାଣ୍ଠି ସଂଗ୍ରହ ଏବଂ ନିଯୁକ୍ତି ପାଇଁ ଏକ ଅନଲାଇନ୍ ତାଲିମ ପାଠ୍ୟକ୍ରମ, 'ତୁଫତ ଅଲ-ମୁମିନତ' ଆରମ୍ଭ କରିଛି।

masoodajhar

jaish-e-mohammed launches online jihadi course Photograph: (sambad.in)

ନୂଆଦିଲ୍ଲୀ: କିଛି ଦିନ ତଳେ ଖବର ମିଳିଥିଲା ଯେ, ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ଏବେ ତା’ର ବ୍ରିଗେଡରେ ମହିଳାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଜୈସ୍ ଆତଙ୍କବାଦୀ ମାସୁଦ ଆଝାରକୁ ସମ୍ବୋଧିତ ଏକ ଚିଠିରେ ତା’ର ଜୈସ୍-ଏ-ମହମ୍ମଦ ମହିଳା ଶାଖା ଆରମ୍ଭ କରିବାର ଘୋଷଣା କରିଥିଲା। ଏହି ମହିଳା ଶାଖାର ନାମ ଜମାତ-ଅଲ-ମୋମିନତ ରଖାଯାଇଥିବା ବେଳେ ଏବେ ଜିହାଦୀ କୋର୍ସ ଆରମ୍ଭ କରିଛି ଜୈସ୍-ଏ-ମହମ୍ମଦ। 

ପ୍ରତ୍ୟେକ ଦିନ ୪୦ମିନିଟ୍ ହେବ ପାଠପଢ଼ା

ଜାତୀୟ ଗଣମାଧ୍ୟମ ଏନଡିଟିଭି ଅନୁଯାୟୀ, ଆତଙ୍କବାଦୀ ଗୋଷ୍ଠୀ ପାଣ୍ଠି ସଂଗ୍ରହ ଏବଂ ନିଯୁକ୍ତି ପାଇଁ ଏକ ଅନଲାଇନ୍ ତାଲିମ ପାଠ୍ୟକ୍ରମ - 'ତୁଫତ ଅଲ-ମୁମିନାତ' ଆରମ୍ଭ କରିଛି। ଏହି ପାଠ୍ୟକ୍ରମର ଅଂଶ ଭାବରେ, ପ୍ରତିଷ୍ଠାତା ମାସୁଦ ଆଝାର ଏବଂ ତା’ର କମାଣ୍ଡରଙ୍କ ସମ୍ପର୍କୀୟ ସମେତ ଜୈଶ ନେତାଙ୍କ ପରିବାରର ମହିଳା ସଦସ୍ୟମାନେ ଜିହାଦ ଏବଂ ସେମାନଙ୍କର "କର୍ତ୍ତବ୍ୟ" ବିଷୟରେ ଅନ୍ୟମାନଙ୍କୁ ଶିକ୍ଷା ଦେବେ। ଏହି ନିଯୁକ୍ତି ଅଭିଯାନ ଅନଲାଇନରେ ପରିଚାଳିତ ହେବ ଏବଂ ଏହା ନଭେମ୍ବର ୮ରେ ପାଠ୍ୟକ୍ରମ ଆରମ୍ଭ ହେବ। ପ୍ରତ୍ୟେକ ଦିନ ୪୦ମିନିଟ୍ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ ଏବଂ ଏହାର ନେତୃତ୍ୱ ମାସୁଦ ଆଝାରର ଦୁଇ ଭଉଣୀ, ସାଦିଆ ଆଝାର ଏବଂ ସମାଇରା ଆଝାର ନେବେ। ସେମାନଙ୍କ ଶ୍ରେଣୀରେ, ମହିଳାମାନଙ୍କୁ ଜମାତ ଉଲ-ମୁମିନତିରେ ଯୋଗଦେବା ପାଇଁ "ଉତ୍ସାହିତ" କରାଯିବ। ଏହି ପାଠ୍ୟକ୍ରମ ପାଇଁ ୧୫୬ଟଙ୍କା ଦେବାକୁ ହେବ।

ଆହୁରି ପଢ଼ନ୍ତୁ: ଗମ୍ଭୀରଙ୍କ ବିରୋଧରେ ଅଭିଯୋଗ କଲେ କଂଗ୍ରେସ ନେତା

ପହଲଗାମ୍ ଆକ୍ରମଣ ପାଇଁ ବଦଳିଲା ନିୟମ

ଦେବବନ୍ଦୀ ଚିନ୍ତାଧାରାରେ ପ୍ରଭାବିତ ଜୈସ୍ ଏପର୍ଯ୍ୟନ୍ତ ମହିଳାମାନଙ୍କୁ ଅସ୍ତ୍ରଶସ୍ତ୍ର ଉଠାଇବା କିମ୍ବା ଯୁଦ୍ଧକୁ ଯିବା କିମ୍ବା ସୀମା ସଂଘର୍ଷରେ ସାମିଲ ହେବାକୁ ସମ୍ପୂର୍ଣ୍ଣ ବିରୋଧ କରୁଥିଲା। କିନ୍ତୁ ସୂତ୍ର ଅନୁଯାୟୀ, ପହଲଗାମ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରେ ଏବେ ‌ଜୈସ୍ ମହିଳାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ବର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ, ନିଆଁ ଗିଳିଦେଲା ୪୦ ଦୋକାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe