ଅପରେସନ ସିନ୍ଦୂର ପରେ ବେହାଲ ଜୈସ୍-ଏ-ମହମ୍ମଦ, ମାସୁଦ୍‌ର ଭଉଣୀ ନେତୃତ୍ବରେ ଆରମ୍ଭ କଲା ମହିଳା ୱିଙ୍ଗ୍

ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ଏବେ ତା’ର ବ୍ରିଗେଡରେ ମହିଳାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ବୁଧବାର ଦିନ ଜୈସ୍ ଆତଙ୍କବାଦୀ ମସୁଦ ଆଝାରକୁ ସମ୍ବୋଧିତ ଏକ ଚିଠିରେ ତା’ର ମହିଳା ଶାଖା ଆରମ୍ଭ କରିବାର ଘୋଷଣା କରିଛି।

New Project (1)

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ଏବେ ତା’ର ବ୍ରିଗେଡରେ ମହିଳାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ବୁଧବାର ଦିନ ଜୈସ୍ ଆତଙ୍କବାଦୀ ମସୁଦ ଆଝାରକୁ ସମ୍ବୋଧିତ ଏକ ଚିଠିରେ ତା’ର ମହିଳା ଶାଖା ଆରମ୍ଭ କରିବାର ଘୋଷଣା କରିଛି। ଏହି ମହିଳା ଶାଖାର ନାମ ଜମାତ-ଅଲ-ମୋମିନତ ରହିବ। ବାହାୱଲପୁରର ମର୍କଜ ଉସମାନ-ଓ-ଅଲିରେ ଜୈସ୍ ଏବେ ମହିଳାମାନଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛି।

ଜୈସ୍ ଏହାର ପ୍ରଚାର ଶାଖା ଅଲ-କଲାମ ମିଡିଆ ଦ୍ୱାରା ଜାରି ଏକ ଚିଠି ମାଧ୍ୟମରେ ସୂଚନା ଦେଇଛି ଯେ, ମହିଳା ଶାଖା ଜମାତ-ଉଲ-ମୋମିନତର ମୁଖ୍ୟ ଆତଙ୍କବାଦୀ ମସୁଦ ଆଝାରଙ୍କ ଭଉଣୀ ସାଦିଆ ଆଝାର ହେବେ, ଯାହାଙ୍କ ସ୍ୱାମୀ ୟୁସୁଫ ଆଝାର ଅପରେସନ ସିନ୍ଦୂରରେ ନିହତ ହୋଇଥିଲେ। ସୂତ୍ର ଅନୁସାରେ, ଜୈସ୍ ବର୍ତ୍ତମାନ ବାହାୱଲପୁର, କରାଚୀ, ମୁଜଫରାବାଦ, କୋଟଲି, ହରିପୁର, ମନସେହରାସ୍ଥିତ ମର୍କଜରେ ପଢ଼ୁଥିବା ଗରିବ ମହିଳାଙ୍କୁ ଆତଙ୍କବାଦୀ ସଂଗଠନର ମହିଳା ଶାଖାରେ ନିଯୁକ୍ତି ଦେଇଛି। ଏଥିରେ ଜୈସ୍‌ର ଆତଙ୍କବାଦୀ କମାଣ୍ଡରଙ୍କ ସ୍ତ୍ରୀମାନେ ମଧ୍ୟ ସାମିଲ ଅଛନ୍ତି।

ଦେବବନ୍ଦୀ ଚିନ୍ତାଧାରାରେ ପ୍ରଭାବିତ ଜୈସ୍ ଏପର୍ଯ୍ୟନ୍ତ ମହିଳାମାନଙ୍କୁ ଅସ୍ତ୍ରଶସ୍ତ୍ର ଉଠାଇବା କିମ୍ବା ଯୁଦ୍ଧକୁ ଯିବା କିମ୍ବା ସୀମା ସଂଘର୍ଷରେ ସାମିଲ ହେବାକୁ ସମ୍ପୂର୍ଣ୍ଣ ବିରୋଧ କରୁଥିଲା। କିନ୍ତୁ ସୂତ୍ର ଅନୁଯାୟୀ, ପହଲଗାମ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରେ ଏବେ ‌ଜୈସ୍ ମହିଳାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି।

jaish-e-mohammed | masood-azhar | woman-terrorist-jamiat-ul-mominat-wing 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe