ଶ୍ରୀନଗର : ଜମ୍ମୁ-କଶ୍ମୀରର ପୁଲଵାମାଠାରେ ଗତ ମାସ ୧୪ ତାରିଖରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପରି ପାକିସ୍ତାନୀ ଆତଙ୍କବାଦ ସଂଗଠନ ଜୈସ୍-ଏ-ମହମ୍ମଦ ଆଉ ଏକ ଆକ୍ରମଣ ଯୋଜନା କରୁଥିବା ଖବର ଗୁଇନ୍ଦା ସଂସ୍ଥାର ହସ୍ତଗତ ହୋଇଛି। ପୂର୍ବରୁ ମଧ୍ୟ ଗୁଇନ୍ଦା ହାତରେ ଅନୁରୂପ ସୂଚନା ମିଳିଥିଲା। ଜମ୍ମୁ କଶ୍ମୀରର ଚବିବାଲ୍ ଓ ତଙ୍ଗଧାର ମାର୍ଗରେ ଆଇଇଡି ବିସ୍ଫୋରଣ କରି ଜୈସ୍ ପୁଣି ଘାତକ ସାବ୍ୟସ୍ତ ହେବ ବୋଲି ଯୋଜନା ସମ୍ପର୍କରେ ଠୋସ୍ ସୂଚନା ପାଇ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ତେବେ ଏଥର କୌଣସି ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନଥାଇ ଯେ କୌଣସି ସ୍ଥାନରେ ଏବଂ ଯେ କୌଣସି ସମୟରେ ଜୈସ୍ ପୁଲଵାମାଠୁ ବି ବଳି ଆକ୍ରମଣ କରିପାରେ ବୋଲି ଗୁଇନ୍ଦା ତଥ୍ୟରୁ ଆଶଙ୍କା କରାଯାଉଛି। ପୁଲଵାମା ଆକ୍ରମଣ ପରଠାରୁ ପାକିସ୍ତାନ-ଭାରତ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଜାଗି ରହିଥିବା ବେଳେ ଗୁଇନ୍ଦା ବିଭାଗର ଏହି ସଦ୍ୟ ସତର୍କତା ପରେ ସୁରକ୍ଷା ବାହିନୀ ନିଜ କାର୍ଯ୍ୟାନୁଷ୍ଠାନକୁ ଅଧିକ ଶାଣିତ କରିଦେଇଛି।
ପୁଲଵାମା ପରି ଆକ୍ରମଣ ଯୋଜନା କରୁଛି ଜୈସ୍
Advertisment
Follow Us