ବୁଧବାରଦିନ ପୁଲଓ୍ଵାମାରେ ନିହତ ଆତଙ୍କବାଦୀର ପରିଚୟ ମିଳିଲା, ସେ ଥିଲା କୁଖ୍ୟାତ ଆତଙ୍କବାଦୀ ଅବୁ ସୈଫୁଲ୍ଲା

ଜମ୍ମୁ କାଶ୍ମୀରରେ ଆଇଇଡି ଜବତ, ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ପଣ୍ଡ

(Photo Credits: IANS)

ଶ୍ରୀନଗର : ଗତ ବୁଧବାରଦିନ ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମାଠାରେ ସୁରକ୍ଷାବାହିନୀ ଗୁଳିରେ ନିହତ ହୋଇଥିବା ଆତଙ୍କବାଦୀ ଜଣେ ପାକିସ୍ତାନୀ ନାଗରିକ ଥିଲା ଓ ସେ ଜୈସ-ଇ-ମହମ୍ମଦର ସଦସ୍ୟ ବୋଲି ଜଣାପଡ଼ିଛି ।

ଜମ୍ମୁ ଓ କଶ୍ମୀର ପୁଲିସର ସୂଚନା ଅନୁସାରେ ଏହି ଆତଙ୍କବାଦୀର ପ୍ରକୃତ ନାଁ ଜଣାପଡ଼ିନଥିଲେ ମଧ୍ୟ ସେ ଆବୁ ସୈଫୁଲ୍ଲା ଓ ଆବୁ କାସିମ ଆଦି ଛଦ୍ମନାମ ବ୍ୟବହାର କରୁଥିଲା । ସେ ଗତ ପ୍ରାୟ ଦେଢ ବର୍ଷ ହେଲା ଭାରତରେ ପ୍ରବେଶ କରି ଦକ୍ଷିଣ କଶ୍ମୀରରେ ସକ୍ରିୟ ଥିଲା । ସୈଫୁଲ୍ଲା ଜଣେ ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ଥିଲା । କଶ୍ମୀରର ଦୁଇଜଣ ସାଧାରଣ ଲୋକଙ୍କ ଅପହରଣ ଓ ହତ୍ୟାମାମଲାରେ ତାକୁ ପୁଲିସ ଖୋଜୁଥିଲା । ଏହାଛଡ଼ା ଆତଙ୍କବାଦୀ କାର୍ଯ୍ୟକଳାପ,ପୁଲିସକୁ ଧମକ ଦେବା, ସ୍ଥାନୀୟ ଯୁବକମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ନିଯୁକ୍ତ କରିବା ଆଦି କାର୍ଯ୍ୟରେ ସେ ଲିପ୍ତ ଥିଲା ।

ଗତ ବୁଧବାରଦିନ ପୁଲଓ୍ଵାମା ଜିଲ୍ଲାର ଅଓ୍ଵନ୍ତିପୁରା ଅଞ୍ଚଳରେ ଥିବା ଜୈନଟ୍ରାଗ ଗ୍ରାମରେ ସୈଫୁଲ୍ଲା ନିଜର କିଛି ସହଯୋଗୀଙ୍କ ଲୁଚିଥିବାବେଳେ ସୁରକ୍ଷାବାହିନୀ ଉକ୍ତ ସ୍ଥାନକୁ ଘେରିଯିବା ସହ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ତେବେ ସୈଫୁଲ୍ଲା ଉକ୍ତ ସ୍ଥାନରୁ ଖସିପଳାଉଥିବାବେଳେ ନଗନ୍ଦର ଗାଁ ନିକଟରେ ତାକୁ ଗୁଳି କରାଯାଇଥିଲା । ଏହି ଘଟଣାରେ ଦୁଇଜଣ ଯବାନ ସହିଦ ହୋଇଥିଲେ । ସୈଫୁଲ୍ଲା ନିହତ ହେବା ସୁରକ୍ଷାବଳ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି । ¬
¬

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe