The Financial Express
ଶ୍ରୀନଗର: ଗୁରୁବାର ଦିନ ସୁରକ୍ଷା ବାହିନୀ ଜାମ୍ମୁ-କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରୁ ଜଣେ ଜୈଶ୍-ଏ-ମହମ୍ମଦ (ଜେଏମ) ଆତଙ୍କବାଦୀକୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀନଗରରେ ଅଧିକାରୀ | ବୁଧବାର ବିଳମ୍ବିତ ରାତିରେ ଜୈଶ୍-ଏ-ମହମ୍ମଦର ଆତଙ୍କବାଦୀର ଉପସ୍ଥିତି ନେଇ ସୂଚନା ମିଳିବା ପରେ ବାରାମୁଲ୍ଲାର ଚାନ୍ଦୋସା ଅଞ୍ଚଳର ଶିମଲାରାନ ନାଲାହଙ୍କ ନିକଟରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ବୋଲି ପୁଲିସ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ, ସର୍ଚ୍ଚ ଅପରେସନ ବେଳେ ଜଣେ ଜେଏମ ଆତଙ୍କବାଦୀ ବଶିର ଅହମ୍ମଦ ବେଗଙ୍କୁ ଗୋଟିଏ ଏକେ-୪୭ ରାଇଫଲ ଏବଂ କିଛି ଗୁଳି ସହ ଗିରଫ କରାଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।
The Economic Timesକିଛି ଦିନ ତଳେ ଜାମ୍ମୁ କାଶ୍ମୀରର କୁପୱାଡା ଜିଲ୍ଲାରେ ଅନୁପ୍ରବେଶ ବିରୋଧୀ ଅଭିଯାନ ବେଳେ ଭାରତୀୟ ସେନାର ତିନିଜଣ ଯବାନ ସହିଦ ହୋଇଥିଲେ | ଏହା ସହ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ। କୁପୱାଡ଼ା ଜିଲ୍ଲାର କେରନ ସେକ୍ଟର୍ ନିକଟ ନିୟନ୍ତ୍ରଣ ରେଖାଠାରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା | ଗତ ଶନିବାର ଦିନ ଦକ୍ଷିଣ କଶ୍ମୀର ଅନ୍ତର୍ଗତ କୁଲଗାମର ବଟପୁରା ଠାରେ ଚାରିଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ରବିବାର ଦିନ କୁପୱାଡ଼ାର କେରନ ସେକ୍ଟର୍ ନିକଟ ନିୟନ୍ତ୍ରଣ ରେଖା ଠାରେ ପାଞ୍ଚଜଣ ଅନୁପ୍ରବେଶକାରୀଙ୍କୁ ନିପାତ କରାଯାଇଥିଲା ।
Follow Us