India Today
ନୂଆଦିଲ୍ଲୀ:.ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଜ୍ଜାଦ ଖାନକୁ ଶୁକ୍ରବାର ଦିଲ୍ଲୀ ପୁଲିସ ଗିରଫ କରିଛି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ତାକୁ ଠାବ କରି ଗିରଫ କରିଛି। ପୁଲଓ୍ବାମା ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ମୁଦାସିରର ସେ ଘନିଷ୍ଠ ସହଯୋଗୀ ଥିଲା।
୧୦ ଦିନ ପୂର୍ବରୁ ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀର ଆତଙ୍କବାଦୀ ନିପାତ ଅଭିଯାନକୁ ଏକ ବଡ଼ ସଫଳତା ମିଳିଥିଲା । ଦକ୍ଷିଣ କଶ୍ମୀରର ତ୍ରାଲ୍ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ପୁଲୱାମା ଆତ୍ମଘାତୀ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଜେଇଏମ୍ ଆତଙ୍କବାଦୀ ମୁଦାସିର୍ ଅହମଦ ଖାନ୍ ରହିଥିଲା। ପୁଲୱାମା ଆକ୍ରମଣରେ ବ୍ୟବହୃତ ମାରୁତି ଇକୋ ଗାଡ଼ିକୁ ୨୩ ବର୍ଷୀୟ ମୁଦାସିର୍ ହିଁ ଯୋଗାଡ଼ କରି ଦେଇଥିଲା। ସେହିପରି ଖଲିଦ୍ ନାମକ ଜଣେ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ସୁରକ୍ଷାକର୍ମୀ ଗୁଳିରେ ନିପାତ ହୋଇଛି।
Follow Us