ଜାତିସଂଘରେ ସଂସ୍କାର ଆଣାଯିବା ଜରୁରୀ : ଜୟଶଙ୍କର

ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୪ର ଶେଷ ଦିନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ ଏକ ସମାନ ବିଶ୍ୱ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ବିଶ୍ବର ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ଆଣିବା ଆବଶ୍ୟକ ।

un

ନୂଆଦିଲ୍ଲୀ/କାଜାନ୍: ଜାତିସଂଘ ନିରାପତ୍ତା ପରିଷଦ ଅର୍ଥାତ୍ ୟୁଏନଏସସିରେ ସ୍ଥାୟୀ ସଦସ୍ୟତା ଦାବିକୁ ପୁଣି ଥରେ ଦୋହରାଇଛି ଭାରତ । ଋଷର କାଜାନ ସହରରେ ଚାଲିଥିବା ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୪ର ଶେଷ ଦିନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ ଏକ ସମାନ ବିଶ୍ୱ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ବିଶ୍ବର ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ଆଣିବା ଆବଶ୍ୟକ । ଏହି ସଂସ୍କାର ତୁରନ୍ତ କରାଯିବା ଦରକାର ବୋଲି ସେ କହିଛନ୍ତି। ସେ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ‘ଯୁଦ୍ଧର ସମୟ ନୁହେଁ’ ବାର୍ତ୍ତାକୁ ଦୋହରାଇଥିଲେ। 

ବ୍ରିକ୍ସ ଆଉଟ୍ରିଚ୍ ଅଧିବେଶନରେ ଜୟଶଙ୍କର କହିଥିଲେ ଯେ ବ୍ରିକ୍ସ ଦର୍ଶାଉଛି ଯେ ପୁରୁଣା ବ୍ୟବସ୍ଥା କେତେ ଗଭୀର ଭାବେ ବଦଳୁଛି। କିନ୍ତୁ ଅତୀତର ଅନେକ ଅସମାନତା ଜାରି ରହିଛି, ବରଂ ସେମାନେ ନୂଆ ନୂଆ ଉପାୟ ଆପଣାଇଛନ୍ତି। ଜଗତୀକରଣର ଲାଭ ଅତ୍ୟନ୍ତ ଅସମାନ ରହିଛି । ଏଭଳି ସ୍ଥିତିରେ ବିଶ୍ୱର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ବହୁ ପଛରେ ପଡ଼ିବାର ଆଶଙ୍କା ରହିଛି।

ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ କହିଥିଲେ ଯେ ଏହା ଯୁଦ୍ଧ ଲଢ଼ିବାର ସମୟ ନୁହେଁ। ଏହା ଯୁଦ୍ଧର ଯୁଗ ନୁହେଁ।  ପାରସ୍ପରିକ କଥାବାର୍ତ୍ତା ଓ ଶାନ୍ତିପୂର୍ଣ୍ଣ ଉପାୟରେ ବିବାଦର ସମାଧାନ ହେବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe