ଜାତିସଂଘରେ ଚୀନ୍‌-ପାକିସ୍ତାନକୁ ଆଇନା ଦେଖାଇଲେ ଜୟଶଙ୍କର

Advertisment

ଜାତିସଂଘର ସାଧାରଣ ସଭାରେ ପାକିସ୍ତାନ ପିଓକେ ଖାଲି କରିବା ପ୍ରସଙ୍ଗ ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନ ଥିବା ପ୍ରସଙ୍ଗରେ ଜୟଶଙ୍କର ଜାତିସଂଘରେ ଚୀନ୍‌-ପାକିସ୍ତାନକୁ ଆଇନା ଦେଖାଇଛନ୍ତି...

ଜାତିସଂଘର ସାଧାରଣ ସଭାରେ ପାକିସ୍ତାନ ପିଓକେ ଖାଲି କରିବା ପ୍ରସଙ୍ଗ ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନ ଥିବା ପ୍ରସଙ୍ଗରେ ଜୟଶଙ୍କର ଜାତିସଂଘରେ ଚୀନ୍‌-ପାକିସ୍ତାନକୁ ଆଇନା ଦେଖାଇଛନ୍ତି...

3abana

ଜେନେଭା: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଜାତିସଂଘର ସାଧାରଣ ସଭାରେ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି  ପାକିସ୍ତାନ ଦଖଲ କରିଥିବା କଶ୍ମୀର (ପିଓକେ)ପ୍ରସଙ୍ଗର ସମାଧାନ ଏବେ କରିବାକୁ ପଡିବ। ସେ କହିଛନ୍ତି ଯେ ପାକିସ୍ତାନର ସୀମା ପାର୍ ଆତଙ୍କବାଦ ନୀତି କଦାପି ସଫଳ ହେବ ନାହିଁ ଏବଂ ପାକିସ୍ତାନର କାର୍ଯ୍ୟକଳାପ ନିଶ୍ଚିତ ଭାବେ ଓଲଟା ପରିଣାମ ଦେବ। ପିଓକେ ପ୍ରସଙ୍ଗରେ ଜୟଶଙ୍କର ଜାତିସଂଘରେ ଏଭଳି କହି ଚୀନ୍‌-ପାକିସ୍ତାନକୁ ଆଇନା  ଦେଖାଇଛନ୍ତି।

ମିଳିତ ଜାତିସଂଘର ସାଧାରଣ ସଭାର (ୟୁଏନଜିଏ) ୭୯ତମ ଅଧିବେଶନକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ଯେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସମାଧାନ ହେବାକୁ ଥିବା ଏକମାତ୍ର ପ୍ରସଙ୍ଗ ହେଉଛି ପାକିସ୍ତାନକୁ ବେଆଇନ ଭାବେ ଅଧିକୃତ ଭାରତୀୟ ଅଞ୍ଚଳ ଖାଲି କରିବା ଏବଂ ଆତଙ୍କବାଦ ସହ ଦୀର୍ଘ ଦିନ ପାକିସ୍ତାନର ସହଯୋଗକୁ ବନ୍ଦ କରିବା ।

ଜୟଶଙ୍କର ଗୁରୁତ୍ୱାରୋପ କରିଛନ୍ତି ଯେ ପାକିସ୍ତାନ ନିଜେ କରୁଥିବା ମନ୍ଦ କର୍ମର ଫଳ ଭୋଗୁଛି। ପାକିସ୍ତାନରେ ଏବେ ଆତଙ୍କବାଦ ନିୟନ୍ତ୍ରଣ ବାହାରକୁ ଯାଇଛି। ଫଳରେ ଜାଣିଶୁଣି ପାକିସ୍ତାନ ବିପର୍ଯ୍ୟସ୍ତ ନିଜ ପାଇଁ ଟାଣି ଆଣିଛି।  ଆମର ପଡୋଶୀ ଦେଶ ପାକିସ୍ତାନ ନିଜର କୃତକର୍ମର ଫଳ ଭୋଗୁଛି।

ସେ କହିଛନ୍ତି ଯେ ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ କେବଳ ଗୋଟିଏ ପ୍ରସଙ୍ଗର ସମାଧାନ ବାକି ଅଛି ଯେ ପାକିସ୍ତାନ ବେଆଇନ ଭାବେ ଅଧିକୃତ ଭାରତୀୟ ଅଞ୍ଚଳକୁ ଖାଲି କରି ଆତଙ୍କବାଦ ସହ ଦୀର୍ଘ ଦିନର ସମ୍ପର୍କ ଛାଡିବା ଉଚିତ। ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ ଆତଙ୍କବାଦ ବିଶ୍ବର  ବିପରୀତ ଅଟେ।

ସେ କହିଛନ୍ତି ମିଳିତ ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀଙ୍କୁ ନିଷେଧାଦେଶ ମଧ୍ୟ ରାଜନୈତିକ କାରଣରୁ ବାଧାପ୍ରାପ୍ତ ହେବ ନାହିଁ। ପାକିସ୍ତାନକୁ ଏଥିରେ କୌଣସି ପଡୋଶୀ ଦେଶର ସହାୟତା ମିଳିଲେ ମଧ୍ୟ କିଛି ଲାଭ ହେବ ନାହିଁ ବୋଲି ଜୟଶଙ୍କର ଚୀନ୍ ଉଦ୍ଦେଶ୍ୟରେ କହିଛନ୍ତି। 

ସୂଚନାଯୋଗ୍ୟ, ୨୬ ସେପ୍ଟେମ୍ବରରେ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ୨୦ମିନିଟରୁ ଅଧିକ ଭାଷଣରେ ସେ ଧାରା ୩୭୦ ଏବଂ ହିଜବୁଲ ଆତଙ୍କବାଦୀ ବୁରହାନ ୱାନିଙ୍କ ବିଷୟରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe