ଶାହବାଜ ସରିଫଙ୍କୁ ସାକ୍ଷାତ କଲେ ଜୟଶଙ୍କର

ଏସସିଓ ସମ୍ମିଳନୀ ଅବସରରେ ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନ ପୂର୍ବରୁ ଏସ ଜୟଶଙ୍କର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ସଂକ୍ଷିପ୍ତ ଆଲୋଚନା ହୋଇଥିଲା । ଏହି ଅବସରରେ ସେମାନେ ହାତ ମିଳାଇ କିଛି ମତବିନିମୟ କରିଥିଲେ।

sarif-jaishankar

ଇସଲାମାବାଦ: ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସମେତ ସମସ୍ତ ଅତିଥିଙ୍କ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ଏକ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି। ରାତ୍ରୀ ଭୋଜନ ପାଇଁ ପହଞ୍ଚିବା ପରେ ଶାହବାଜ ସରିଫ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ଏସ୍ ଜୟଶଙ୍କର ଓ ଶାହବାଜ ସରିଫ୍ ମଧ୍ୟ ପରସ୍ପରକୁ ହାତ ମିଳାଇ ଶୁଭେଚ୍ଛା ଜଣାଇଥିଲେ। ଏହି ସମୟର ଉଭୟ  କିଛି ମିନିଟ ପାଇଁ ଏକ ସଂକ୍ଷିପ୍ତ ଆଲୋଚନା କରିଥିଲେ ।

ରାତ୍ରୀ ଭୋଜନ ପୂର୍ବରୁ ନିଆଯାଇଥିବା ଫଟୋରେ ଶାହବାଜ ସରିଫ ଏସ ଜୟଶଙ୍କରଙ୍କୁ ସ୍ୱାଗତ କରିବା ସହ ତାଙ୍କ ସହ ହାତ ମିଳାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ସେମାନେ ସଂକ୍ଷିପ୍ତ କଥାବାର୍ତ୍ତା ମଧ୍ୟ କରିଥିଲେ।

ରାତ୍ରୀ ଭୋଜନ ପୂର୍ବରୁ ନିଆଯାଇଥିବା ଫଟୋରେ ଶାହବାଜ ସରିଫ ଏସ ଜୟଶଙ୍କରଙ୍କୁ ସ୍ୱାଗତ କରିବା ସହ ତାଙ୍କ ସହ ହାତ ମିଳାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ସେମାନେ ସଂକ୍ଷିପ୍ତ କଥାବାର୍ତ୍ତା ମଧ୍ୟ କରିଥିଲେ।

ଜୟଶଙ୍କର ମଙ୍ଗଳବାର ସନ୍ଧ୍ୟାରେ ପାକିସ୍ତାନରେ ପହଞ୍ଚିଛନ୍ତି। ପାଖାପାଖି ଏକ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଶୀର୍ଷ ଭାରତୀୟ ନେତା ପାକିସ୍ତାନ ଗସ୍ତ କରିଛନ୍ତି। ଜୟଶଙ୍କର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ନୁର ଖାନ୍ ଏୟାରବେସରେ ଅବତରଣ କରିଥିଲେ। ଏଠାରେ ମହାନିର୍ଦ୍ଦେଶକ ଏଲିଆସ୍ ମହମ୍ମଦ ନିଜାମୀ ଏବଂ ଅନ୍ୟ ପାକିସ୍ତାନୀ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe