ମସ୍କୋରେ ପୁଟିନଙ୍କୁ ଭେଟିଲେ ଜୟଶଙ୍କର

ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋରେ ଭେଟିଛନ୍ତି।   ଭାରତ ରୁଷ୍‌ ଠାରୁ ତୈଳ କିଣୁଥିବାରୁ ଆମେରିକା ଭାରତ ଉପରେ ଶୁଳ୍କ ଲଗାଇଥିଲେ ସୁଦ୍ଧା ଭାରତ ଏଥିପ୍ରତି କୌଣସି ଧ୍ୟାନ ନଦେଇ ଭାରତ ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ବିପା‌କ୍ଷିକ....

sfsfsfxcccx

ମସ୍କୋ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋରେ ଭେଟିଛନ୍ତି।   ଭାରତ ରୁଷ୍‌ ଠାରୁ ତୈଳ କିଣୁଥିବାରୁ ଆମେରିକା ଭାରତ ଉପରେ ଶୁଳ୍କ ଲଗାଇଥିଲେ ସୁଦ୍ଧା ଭାରତ ଏଥିପ୍ରତି କୌଣସି ଧ୍ୟାନ ନଦେଇ ଭାରତ ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ବିପା‌କ୍ଷିକ ବାଣିଜ୍ୟ ଉପରେ ଗୁରୁତ୍ବ ଦେଇଛି।  ୩ ଦିନିଆ ରୁଷ୍‌ ଗସ୍ତରେ ଥିବା ଜୟଶଙ୍କର ପୁଟିନଙ୍କୁ ଭେଟିବା ପୂର୍ବରୁ ଆଜି ତାଙ୍କ ପ୍ରତିପକ୍ଷ ସେର୍ଗି ଲାବରୋବଙ୍କୁ ମଧ୍ୟ ଭେଟିଥିଲେ। ଜୟଶଙ୍କର ଭାରତ-ରୁଷ୍‌ ସମ୍ପର୍କକୁ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବିଶ୍ବରେ ସବୁଠାରୁ ସ୍ଥିର ସମ୍ପର୍କ ବୋଲି  ବର୍ଣ୍ଣନା କରିଛନ୍ତି।  ରୁଷ୍‌ ବିଦେଶ ମନ୍ତ୍ରୀ ସେର୍ଗି ଲାବରୋବ ମଧ୍ୟ ଏହି ସମାନ ଭାବନାକୁ ଦୋହରାଇ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ‘ସ୍ବତନ୍ତ୍ର ରଣନୀତିକ ଭାଗିଦାରୀ’ ବୋଲି ବର୍ଣ୍ଣନା କରିଛନ୍ତି।  

ଜୟଶଙ୍କର କହିଛନ୍ତି, ଲାବରୋବଙ୍କ ସହ ତାଙ୍କ ସାକ୍ଷାତ ଉଭୟ ରାଷ୍ଟ୍ର ମଧ୍ୟରେ ରାଜନୈତିକ ଏବଂ ଦ୍ବିପାକ୍ଷିକ ସମ୍ପର୍କକୁ ସମୀକ୍ଷା କରିବାର ଏକ ସୁଯୋଗ ଥିଲା।  ଜୟଶଙ୍କର ମଧ୍ୟ ମସ୍କୋ ସହ ଅଧିକରୁ ଅଧିକ ବାଣିଜ୍ୟ ପାଇଁ ଆହ୍ବାନ କରିଛନ୍ତି।  ରୁଷ୍‌ର ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ ମାଣ୍ଟୁରବଙ୍କ ସହ ଜୟଶଙ୍କର ମସ୍କୋରେ ଏକାଠି କହିଛନ୍ତି,୨ ରାଷ୍ଟ୍ର ସେମାନଙ୍କ ବାଣିଜ୍ୟକୁ ଆହୁରି ବ୍ୟାପକ କରିବା‌ ଉଚିତ ଏବଂ ୨ ରାଷ୍ଟ୍ର ମଧ୍ୟରେ ଯୌଥ ଉଦ୍ୟୋଗ ସଂଖ୍ୟା ବଢ଼ିବାପାଇଁ  ସେ ଆହ୍ବାନ କରିଛନ୍ତି।  ‘ଅଧିକ ସଂଖ୍ୟା ଏବଂ ଭିନ୍ନ ଭାବେ ବ୍ୟବସାୟ’ ଆମର ମନ୍ତ୍ର ହେବା ଉଚିତ ବୋଲି ଜୟଶଙ୍କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe