ଚୀନ ସୈନ୍ୟ ପ୍ରତ୍ୟାହାର କଲେ ହିଁ ସଂପର୍କ ସ୍ବାଭାବିକ ହେବ : ଜୟଶଙ୍କର

ପୂର୍ବ ଲଦାଖରେ ଚୀନ୍ ସହ ଚାଲିଥିବା ଉତ୍ତେଜନାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଏକ ବୟାନ ଆସିଛି । ସେ କହିଛନ୍ତି ଯେ ଚୀନ ସହ ଥିବା ୭୫% ବିବାଦର ସମାଧାନ ହୋଇସାରିଛି, ତଥାପି ସୀମାରେ ଚୀନ୍ ସେନାର ସମାଗମ ଏକ ବଡ଼ ପ୍ରସଙ୍ଗ।

ଆମ ଦୁର୍ଭାଗ୍ୟ ଯେ ପାକିସ୍ତାନ ଆମ ପଡ଼ୋଶୀ : ଜୟଶଙ୍କର

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ୍ ସହ ଚାଲିଥିବା ଉତ୍ତେଜନାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଏକ ବୟାନ ଆସିଛି । ସେ କହିଛନ୍ତି ଯେ ଚୀନ ସହ ଥିବା ୭୫% ବିବାଦର ସମାଧାନ ହୋଇସାରିଛି, ତଥାପି ସୀମାରେ ଚୀନ୍ ସେନାର ସମାଗମ ଏକ ବଡ଼ ପ୍ରସଙ୍ଗ। ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଏକ ଥିଙ୍କଟ୍ୟାଙ୍କ ସହ ଆଲୋଚନା ବେଳେ ଜୟଶଙ୍କର କହିଛନ୍ତି, ଜୁନ୍ ୨୦୨୦ରେ ଗଲୱାନ ଉପତ୍ୟକାରେ ହୋଇଥିବା ସଂଘର୍ଷ ଆମ ସମ୍ପର୍କକୁ ପ୍ରଭାବିତ କରିଛି। ସୀମାରେ ହିଂସାକୁ କେହି ଅନୁମତି ଦେଇପାରିବେ ନାହିଁ। ସେ ସ୍ପଷ୍ଟ ଭାବେ କହିଛନ୍ତି- ଚୀନ୍ ତା'ର ସୈନ୍ୟ ପ୍ରତ୍ୟାହାର କଲେ ହିଁ ସମ୍ପର୍କ ସ୍ୱାଭାବିକ ହୋଇପାରିବ। ଏହା ହିଁ ଏକମାତ୍ର ସର୍ତ୍ତ।

"ଜୁନ୍ ୨୦୨୦ରେ ଗଲୱାନ ଉପତ୍ୟକାରେ ହୋଇଥିବା ସଂଘର୍ଷ ଚୀନ ସହ ଆମ ସମ୍ପର୍କକୁ ପ୍ରଭାବିତ କରିଛି। ସୀମାରେ ହିଂସାକୁ କେହି ଅନୁମତି ଦେଇପାରିବେ ନାହିଁ। ଚୀନ୍ ତା'ର ସୈନ୍ୟ ପ୍ରତ୍ୟାହାର କଲେ ହିଁ ସମ୍ପର୍କ ସ୍ୱାଭାବିକ ହୋଇପାରିବ। ଏହା ହିଁ ଏକମାତ୍ର ସର୍ତ୍ତ" - ଏସ. ଜୟଶଙ୍କର

ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି ବୋଲି ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି। ଆମେ ମଧ୍ୟ କିଛି ଅଗ୍ରଗତି କରିଛୁ। ମୁଁ କେବଳ ମୋଟାମୋଟି ଭାବେ କହିପାରିବି ଯେ ପ୍ରାୟ ୭୫ ପ୍ରତିଶତ ବିବାଦ ଆମ ଦ୍ୱାରା ସମାଧାନ ହୋଇଛି । ଜେନେଭା ସେଣ୍ଟର ଫର ପଲିସି ସିକ୍ୟୁରିଟିରେ ଜୟଶଙ୍କର କହିଛନ୍ତି, ଆମକୁ ଆହୁରି ବହୁତ ଦୂର ଯିବାକୁ ଅଛି। ଉଭୟ ଦେଶର ସେନା ମୁହାଁମୁହିଁ ହୋଇଛନ୍ତି। ଏହାର ମୁକାବିଲା କିପରି କରାଯିବ, କିପରି ଏହାର ସମାଧାନ କରାଯିବ ସେ ନେଇ ଉଭୟ ଦେଶ ଆଲୋଚନା କରୁଛନ୍ତି। ବିବାଦର ସମାଧାନ ହେଲେ ଚୀନ୍ ସହ ସମ୍ପର୍କ ସମାଧାନ ହୋଇପାରିବ ବୋଲି ଜୟଶଙ୍କର ସଙ୍କେତ ଦେଇଛନ୍ତି।

ଜୟଶଙ୍କର କହିଛନ୍ତି, ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ୍ ଏବେ ବି ବହୁ ସଂଖ୍ୟକ ସୈନ୍ୟ ମୁତୟନ କରିଛି। ଏହାର ଜବାବରେ ଆମେ ଆମ ସୈନିକମାନଙ୍କୁ ସେଠାକୁ ପଠାଇଛୁ। କୋଭିଡ୍ ସମୟରେ ଆମେ ଲକଡାଉନ୍ ରେ ଥିବା ବେଳେ ଚୀନ୍ ଏହା କରିଥିଲା। ଏହା ଅତ୍ୟନ୍ତ ବିପଜ୍ଜନକ ଯୋଜନା ଥିଲା। କାରଣ ଏତେ ଉଚ୍ଚତାରେ ପ୍ରବଳ ଥଣ୍ଡାରେ ସୈନିକଙ୍କ ମୁତୟନ ଦୁର୍ଘଟଣାର କାରଣ ସାଜିପାରେ ବୋଲି ଆମେ ଆଶଙ୍କା କରୁଥିଲୁ । ଜୁନ ୨୦୨୨ରେ ଠିକ ତାହା ହିଁ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe