ନୂଆଦିଲ୍ଲୀ : ତେବେ ଏହି ବୈଠକ ଭର୍ଚୁଆଲ ଭାବେ ଅନୁଷ୍ଠିତ ହେବ ବୋଲି ଜୈସ୍ବାଲ ସ୍ପଷ୍ଟ କରିଛନ୍ତି। ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲ୍ଭାଙ୍କ ଦ୍ବାରା ଏହି ସମ୍ମିଳନୀ ପରିଚାଳନା କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଲଗାଯାଇଥିବା ଶୁଳ୍କ ତଥା କଠୋର ଶୁଳ୍କ ନୀତି ଉପରେ ଏହି ସମ୍ମିଳନୀରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ରଣଧୀର ଜୈସ୍ବାଲ୍ ଏକ ପ୍ରେସ୍ ବିବୃତି ଜାରି କରି କହିଛନ୍ତି ଯେ ଆମ ପକ୍ଷରୁ ଏହି ସମ୍ମିଳନୀରେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗ ଦେବେ।
ଉଲ୍ଲେଖଯୋଗ୍ୟ, ଭାରତ ଏବଂ ବ୍ରାଜିଲ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଜାରି ହୋଇଥିବା ସର୍ବାଧିକ ଶୁଳ୍କ କଟକଣାର ସମ୍ମୁଖୀନ ହୋଇଛନ୍ତି। ଭାରତ ରୁଷ୍ଠାରୁ ତୈଳ କିଣିବାକୁ ବିରୋଧ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ନିକଟରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ତେବେ ଭାରତ ଆମେରିକାର ଏହି ଶୁଳ୍କ କଟକଣାକୁ ଭୁଲ୍ ଏବଂ ଅଯୌକ୍ତିକ ବୋଲି କହିଛି। ନିକଟରେ ଚୀନ୍ର ତିଆନଜିନ୍ରେ ଏସ୍ସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବୈଠକ କରିବାପରେ ଏହି ବ୍ରିକ୍ସ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us