ଶୁକ୍ରବାର ଠାରୁ ଦୁଇ ଦିନିଆ ଭୁଟ୍ଟାନ ଗସ୍ତରେ ଯାଇ ନିଜର ବିଦେଶ ଗସ୍ତ ଆରମ୍ଭ କରିବେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

Advertisment
ଶୁକ୍ରବାର ଠାରୁ ଦୁଇ ଦିନିଆ ଭୁଟ୍ଟାନ ଗସ୍ତରେ ଯାଇ ନିଜର ବିଦେଶ ଗସ୍ତ ଆରମ୍ଭ କରିବେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

OutLook India

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କରିଥିବା ଏସ୍‌. ଜୟଶଙ୍କର ଦେଶର ନୂତନ ବୈଦେଶିକ ମନ୍ତ୍ରୀ ଭାବେ ଆସନ୍ତାକାଲି (ଶୁକ୍ରବାର) ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଯାଉଛନ୍ତି।

ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ତାଙ୍କର ପ୍ରଥମ ଗସ୍ତରେ ଆସନ୍ତାକାଲି (ଶୁକ୍ରବାର) ଠାରୁ ଦୁଇଦିନ ପାଇଁ ଭୁଟ୍ଟାନ ଗସ୍ତରେ ଯାଉଥିବା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (ଏମ୍‌ଇଏ) ପ୍ରବକ୍ତା ରଭୀଶ କୁମାର। ଏହି ଗସ୍ତକାଳରେ ଭୁଟ୍ଟାନ ପ୍ରଧାନମନ୍ତ୍ରୀ ଓ ଭୁୁଟ୍ଟାନର ବିଦେଶ ମନ୍ତ୍ରୀଙ୍କୁ ସାକ୍ଷାତ କରି ଭାରତ ଓ ଭୁଟ୍ଟାନ ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ଆଗକୁ ବଢ଼ାଇବା ସହ ଅଧିକ ମଜଭୁତ କରିବା ପାଇଁ ଆଲୋଚନା କରିବେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର।

ଭାରତ ଭୁଟ୍ଟାନକୁ ନିଜର ଘନିଷ୍ଠ ବନ୍ଧୁ ଓ ଅନ୍ତରଙ୍ଗ ପଡ଼ୋଶୀ ଭାବେ ବିବେଚନା କରୁଥିବା ଦୃଷ୍ଟରୁ ନୂତନ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ତାଙ୍କର ପ୍ରଥମ ବିଦେଶ ଗସ୍ତ ଭୁଟ୍ଟାନରୁ ଆରମ୍ଭ କରୁଥିବା କହିଛନ୍ତି ଏମ୍‌ଇଏ ପ୍ରବକ୍ତା ରଭୀଶ କୁମାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe