ଜୟଶଙ୍କରଙ୍କ ସୁରକ୍ଷା ଉଲ୍ଲଂଘନ ମାମଲା: ବିଚ୍ଛିନ୍ନତାବାଦୀଙ୍କୁ ବିତ୍ପାତ ପାଇଁ ଅନୁମତି ଦେଉଛି ବ୍ରିଟେନ; ବିଦେଶ ମନ୍ତ୍ରାଳୟ

Advertisment

ଟେନରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସୁରକ୍ଷା ତ୍ରୁଟିକୁ ନେଇ ଭାରତ ଆଜି ବ୍ରିଟେନକୁ ସତର୍କ କରାଇ ଦେଇଛି। ଖଲିସ୍ତାନ ସମର୍ଥକମାନେ ଲଣ୍ଡନରେ  ଜୟଶଙ୍କରଙ୍କ କାର୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା।

ଟେନରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସୁରକ୍ଷା ତ୍ରୁଟିକୁ ନେଇ ଭାରତ ଆଜି ବ୍ରିଟେନକୁ ସତର୍କ କରାଇ ଦେଇଛି। ଖଲିସ୍ତାନ ସମର୍ଥକମାନେ ଲଣ୍ଡନରେ  ଜୟଶଙ୍କରଙ୍କ କାର୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା।

fsfcxxdd

ନୂଆଦିଲ୍ଲୀ: ବ୍ରିଟେନରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସୁରକ୍ଷା ତ୍ରୁଟିକୁ ନେଇ ଭାରତ ଆଜି ବ୍ରିଟେନକୁ ସତର୍କ କରାଇ ଦେଇଛି। ଖଲିସ୍ତାନ ସମର୍ଥକମାନେ ଲଣ୍ଡନରେ  ଜୟଶଙ୍କରଙ୍କ କାର୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା। ବ୍ରିଟେନରେ ରହୁଥିବା ବିଚ୍ଛିନ୍ନତାବାଦୀ ତତ୍ତ୍ୱମାନଙ୍କୁ ବ୍ରିଟେନ ସରକାର ପ୍ରୋତ୍ସାହିତ କରୁଛି ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ସେମାନଙ୍କୁ ଲାଇସେନ୍ସ ମିଳିଯାଉଛି ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି। 

ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ସୁରକ୍ଷା ତ୍ରୁଟିକୁ  ନେଇ ଅତୀତରେ ଘଟିଥିବା ସମାନ ଘଟଣାର ଏକ ବୃହତ ପରିପ୍ରେକ୍ଷୀରେ ଭାରତ କଡ଼ା ପ୍ରତିକ୍ରିୟା ରଖିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ଏଭଳି ସ୍ଥିତିରେ ପରିବର୍ତ୍ତନ ନହେଲେ ଉଭୟ ଦେଶର ଦ୍ବିପାକ୍ଷିକ କୂଟନୀତି ପ୍ରଭାବିତ ହେବ। ବ୍ରିଟେନରେ ଭାରତ ବିରୋଧୀ କାର୍ଯ୍ୟକଳାପ ପ୍ରତି ବ୍ରିଟେନର ଉଦାସୀନତା ସମସ୍ୟାକୁ ବଢ଼ାଉଛି ଏବଂ ଏଥିରେ ଅଙ୍କୁଶ ଲାଗିବା ଜରୁରୀ ବୋଲି ଭାରତ ଦର୍ଶାଇଛି। ବ୍ରିଟେନ ଏହି ସବୁ ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।  ସୂଚନାଯୋଗ୍ୟ, ଖଲିସ୍ତାନ ସମର୍ଥକମାନେ ଗତକାଲି ଯୋଜନାବଦ୍ଧ ଭାବେ ଲଣ୍ଡନରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ କାର୍ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ସେମାନେ ସୁରକ୍ଷା ବଳୟ ଭାଙ୍ଗିବା ପୂର୍ବରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଗଲାନି, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।  ମାମଲାରେ ଅଧିକ ତଦନ୍ତ ଚାଲିଥିବା ବ୍ରିଟେନ କହିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe