ଅରୁଣ ଜେଟଲିଙ୍କୁ ମିଳିନପାରେ ଅର୍ଥମନ୍ତ୍ରାଳୟ

Advertisment
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଏମ୍ସରେ ଭର୍ତ୍ତି, ପହଞ୍ଚିଲେ  ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ

oneindia.com

ନୂଆଦିଲ୍ଲୀ : ଆଉ କିଛି ଦିନ ପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ନୂଆ ସରକାର କେନ୍ଦ୍ରରେ ସପଥ ଗ୍ରହଣ କରିବ । ନୂଆ ମନ୍ତ୍ରୀମଣ୍ଡଳରେ କିଏ କେଉଁ ପୋର୍ଟଫୋଲିଓ ପାଇବ ତାହାକୁ ନେଇ ଏବେଠାରୁ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି । ତେବେ କେତେକ ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଥର ଅରୁଣ ଜେଟଲୀଙ୍କୁ ଅର୍ଥମନ୍ତ୍ରାଳୟ ମିଳିନପାରେ । ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ଅର୍ଥମନ୍ତ୍ରାଳୟ ପରି ଏକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟର ଭାର ନ ଦେବାକୁ ବିଜେପିରେ ବିଚାର ଚାଲିଛି ।

ତାଙ୍କ ସ୍ଥାନରେ ପିୟୁଷ ଗୋଏଲଙ୍କୁ ଅର୍ଥମନ୍ତ୍ରାଳୟ ଦାୟିତ୍ବ ମିଳିପାରେ । ଅସୁସ୍ଥ ଥିବା କାରଣରୁ ଜେଟଲି ଗତ କିଛି ମାସ ହେଲା ସାଧାରଣ ଜୀବନରୁ ଦୂରେଇ ରହୁଛନ୍ତି । ଚିକିତ୍ସା ପାଇଁ ବିଦେଶ ଯିବା କାରଣରୁ ଗତ ଫେବ୍ରୁଆରୀ ୧ରେ ସେ ଅନ୍ତରୀଣ ବଜେଟ ଉପସ୍ଥାପନ କରିପାରିନଥିଲେ । ତାଙ୍କ ସ୍ଥାନରେ ପିୟୁଷ ଗୋଏଲ ବଜେଟ ଆଗତ କରିଥିଲେ । ସୂଚନାଯୋଗ୍ୟ ଯେ ଗତ କାଲି ଲୋକସଭା ନିର୍ବାଚନର ଫଳାପଳ ପ୍ରକାଶ ପାଇଥିଲା । ଏଥିରେ ବିଜେପି ନେତୃତ୍ବାଧୀନ ଏନଡିଏ ୩୫୦ ଆସନର ବିପୁଳ ବିଜୟ ସହ ପୁଣି କ୍ଷମତାକୁ ଫେରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe