frontlist.in
ଚଣ୍ଡୀଗଡ଼: ଇନ୍ଦିରା ଗାନ୍ଧୀଙ୍କ ପୁଣ୍ୟତିଥିରେ ପଞ୍ଜାବର ଖବରକାଗଜରେ କୌଣସି ବିଜ୍ଞାପନ ଦେଇ ନ ଥିବାରୁ କଂଗ୍ରେସର ବରିଷ୍ଠ ନେତା ସୁନୀଲ ଜାଖଡ଼ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ କଡା ସମାଲୋଚନା କରିଛନ୍ତି | ସେହିପରି ଦିଲ୍ଲୀରେ ଶିଖ ଦଙ୍ଗାର ଅଭିଯୁକ୍ତ ଜଗଦୀଶ ଟାଇଟଲରଙ୍କୁ ନୂଆ ଦାୟିତ୍ୱ ମିଳିଥିବାବେଳେ ସେ ଏହାକୁ ଟାର୍ଗେଟ କରିଛନ୍ତି। ଆଜି ଏକ ଟ୍ୱିଟ କରି ଜାଖଡ଼ ଗତ ବର୍ଷ କ୍ୟାପଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱାଧୀନ ପଞ୍ଜାବ ସରକାର ଦେଇଥିବା ବିଜ୍ଞାପନକୁ ମଧ୍ୟ ଟ୍ୟାଗ କରିଛନ୍ତି।
ଜାଖଡ଼ ଲେଖିଛନ୍ତି, "ମୁଁ ବୁଝିପାରୁଛି ଯେ ବିଜେପି 'ଆଇରନ୍ ଲେଡି ଅଫ୍ ଇଣ୍ଡିଆ' କୁ ଇତିହାସରୁ ଲିଭାଇବାକୁ ଚେଷ୍ଟା କରୁଛି, କିନ୍ତୁ ପଞ୍ଜାବରେ କଣ କଂଗ୍ରେସ ସରକାର ନାହାଁନ୍ତି'। ଅନ୍ୟ ଏକ ଟ୍ୱିଟରେ ଜାଖଡ଼, ଜଗଦୀଶ ଟାଇଟଲରଙ୍କୁ ଟାର୍ଗେଟ କରିଛନ୍ତି। ଜଗଦୀଶ ଟାଇଟଲରଙ୍କୁ ଦିଲ୍ଲୀ କଂଗ୍ରେସ କାର୍ଯ୍ୟକାରିଣୀରେ ସାମିଲ କରାଯିବାକୁ ନେଇ ସେ ପ୍ରଶ୍ନ କରିଛନ୍ତି ଯେ, ଇନ୍ଦିରା ଗାନ୍ଧୀଙ୍କ ବିଜ୍ଞାପନ ନ ଦେବା ପଛରେ ଏହାର କୌଣସି ଲିଙ୍କ ନାହିଁ ତ !୧୯୮୪ ମସିହାରେ ଦିଲ୍ଲୀରେ ଶିଖ ବିରୋଧୀ ଦଙ୍ଗାରେ ଟାଇଟଲର ମୁଖ୍ୟ ଅଭିଯୁକ୍ତ ଥିଲେ।
ଟୁଇଟ୍ କରି ଜାଖଡ଼ ଲେଖିଛନ୍ତି, "ମୁଁ ଜାଣେ କ୍ୟାପ୍ଟେନ ସାହେବ (ଅମରିନ୍ଦର ସିଂ) ଗତ ବର୍ଷର ପଞ୍ଜାବ ସରକାରଙ୍କ ବିଜ୍ଞାପନ ବ୍ୟବହାର କରିଥିବାରୁ ଖରାପ ଭାବିବେ ନାହିଁ '| ୧୯୮୪ ମସିହାରେ ଆଜିର ଦିନରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଦୁଇ ଅଙ୍ଗରକ୍ଷୀ ଗୁଳି କରି ହତ୍ୟା କରିଥିଲେ।
Follow Us