ଫାଟକ ଭାଙ୍ଗି ଯାଉଥିବା ବେଳେ ଟ୍ରକକୁ ଧକ୍କା ଦେଲା ଟ୍ରେନ: ଅଳ୍ପବେ ବର୍ତ୍ତିଲା ଚାଳକଙ୍କ ଜୀବନ

Advertisment

ମହାରାଷ୍ଟ୍ରର ଜଲଗ୍ରାମରେ ଟ୍ରେନ ଏକ ଗହମ ବୋଝେଇ ଟ୍ରକକୁ ଧକ୍କା ଦେଇ ପାଖାପାଖି ୫୦୦ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବାର ଏକ ଘଟଣା ସାମ୍ନାକୁ ଆସିଛି।ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାକୁ କୌଣସି ପ୍ରକାର କ୍ଷତି ପହଞ୍ଚି ନାହିଁ।

ମହାରାଷ୍ଟ୍ରର ଜଲଗ୍ରାମରେ ଟ୍ରେନ ଏକ ଗହମ ବୋଝେଇ ଟ୍ରକକୁ ଧକ୍କା ଦେଇ ପାଖାପାଖି ୫୦୦ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବାର ଏକ ଘଟଣା ସାମ୍ନାକୁ ଆସିଛି।ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାକୁ କୌଣସି ପ୍ରକାର କ୍ଷତି ପହଞ୍ଚି ନାହିଁ।

yuiky

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଜଲଗ୍ରାମରେ ଟ୍ରେନ ଏକ ଗହମ ବୋଝେଇ ଟ୍ରକକୁ ଧକ୍କା ଦେଇ ପାଖାପାଖି ୫୦୦ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାକୁ କୌଣସି ପ୍ରକାର କ୍ଷତି ପହଞ୍ଚି ନାହିଁ।

ପ୍ରକାଶିତ ରିପୋର୍ଟ ମୁତାବକ, ବୋଦବଡ଼ ରେଲୱେ ଷ୍ଟେସନ ପାଖରେ ସକାଳେ ୪.୩୦ ମିନିଟରେ ଅମରାବତୀ ଏକ୍ସପ୍ରେସ (୧୨୧୧୧) ଏକ ଗହମ ବୋଝେଇ ଟ୍ରକକୁ ଧକ୍କା ଦେଇ ପାଖାପାଖି ୫୦୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଏହି ଦୁର୍ଘଟଣା ସେତେବେଳେ ଘଟିଲା ଯେତେବେଳେ ଟ୍ରକ ଚାଳକ ବନ୍ଦ ଥିବା ଫାଟକକୁ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଧାରଣାରେ ହଠାତ ଦ୍ରୁତଗତିରେ ଟ୍ରେନ ଚାଲି ଆସିବାରୁ ଟ୍ରକକୁ ଧକ୍କା ଦେଇଥିଲା। 

ସୌଭାଗ୍ୟବଶତଃ ଏହି ଦୁର୍ଘଟଣା‌ରୁ ଅଳ୍ପକେ ବର୍ତ୍ତି ଯାଇଥିବା ଗହମ ବୋଝେଇ ଟ୍ରକ ଚାଳକ ଘଟଣା ବିଷୟରେ ବଖାଣି କହିଛନ୍ତି, ‘ ଏହି ରାସ୍ତାରେ ବେଶୀ ଯିବା ଆସିବା ନାହିଁ। ଏଠାରେ ଏକ ପୋଲ ନିର୍ମାଣ ହେବା ହେତୁ ରେଲୱେ ‌ଷ୍ଟେସନ ପାଖରେ ଥିବା ରେଲୱେ ଫାଟକୁ ବନ୍ଦ କରାଯାଇଛି। ଯାହା ବିଷୟରେ ମୁଁ ଜାଣି ନଥିଲି।

ତେଣୁ ବନ୍ଦ ଥିବା ଫାଟକ ଅତିକ୍ରମ କରି ଯାଉଥିବା ବେଳେ ଧାରଣାରେ ହଠାତ ‌ଟ୍ରେନ ଆସି ଯାଇଥିଲା। ମୁଁ କିଛି ବୁଝିବା ପୂର୍ବରୁ ଟ୍ରେନ ଟ୍ରକ ସହିତ ମୋତେ ପାଖାପାଖି ୫୦୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଉପସ୍ଥିତି ବୁଦ୍ଧି ଖଟାଇ ଲୋକୋପାଇଲଟ ସୁରକ୍ଷିତ ଭାବେ ଟ୍ରେନର ବ୍ରେକ ଦେଇଥିଲେ। ଯେଉଁ କାରଣରୁ ମୋ ଜୀବନ ବଞ୍ଚିଯାଇଛି।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe