Jallikattu Festival: ତାମିଲନାଡ଼ୁରେ ବିବାଦୀୟ ଜଲ୍ଲିକଟ୍ଟୁ ପ୍ରତିଯୋଗିତା ଆରମ୍ଭ, ଏଥର ପ୍ରତିଯୋଗିତାରେ ୧୧୦୦ ଷଣ୍ଢ

Advertisment

ବୀରତା, ପରମ୍ପରା ତଥା ବିବାଦୀୟ ଷଣ୍ଢ କାବୁ କରିବା ପ୍ରତିଯୋଗିତା ଜଲ୍ଲିକଟ୍ଟୁ ତାମିଲନାଡ଼ୁରେ ଗୁରୁବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ମଦୁରାଇର ଅବନିୟପୁରମରେ ତିନିଦିନିଆ ଜଲ୍ଲିକଟ୍ଟୁ ଉତ୍ସବ ଆରମ୍ଭ ହୋଇଛି।

ବୀରତା, ପରମ୍ପରା ତଥା ବିବାଦୀୟ ଷଣ୍ଢ କାବୁ କରିବା ପ୍ରତିଯୋଗିତା ଜଲ୍ଲିକଟ୍ଟୁ ତାମିଲନାଡ଼ୁରେ ଗୁରୁବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ମଦୁରାଇର ଅବନିୟପୁରମରେ ତିନିଦିନିଆ ଜଲ୍ଲିକଟ୍ଟୁ ଉତ୍ସବ ଆରମ୍ଭ ହୋଇଛି।

Jallikattu Events

Jallikattu Events

ଚେନ୍ନାଇ: ବୀରତା, ପରମ୍ପରା ତଥା ବିବାଦୀୟ ଷଣ୍ଢ କାବୁ କରିବା ପ୍ରତିଯୋଗିତା ଜଲ୍ଲିକଟ୍ଟୁ ତାମିଲନାଡ଼ୁରେ ଗୁରୁବାରଠାରୁ ଆରମ୍ଭ ହୋଇଛି। ତାମିଲ ସଂସ୍କୃତି ସହିତ ଗଭୀର ଭାବରେ ଜଡିତ ଜଲ୍ଲିକଟ୍ଟୁ ପୋଙ୍ଗଲ ଉତ୍ସବର ତୃତୀୟ ଦିନରୁ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ମଦୁରାଇର ଅବନିୟପୁରମରେ ତିନିଦିନିଆ ଜଲ୍ଲିକଟ୍ଟୁ ଉତ୍ସବ ଆରମ୍ଭ ହୋଇଛି। ଜଲ୍ଲିକଟ୍ଟୁର ଇତିହାସ ଖ୍ରୀଷ୍ଟ ପୂର୍ବ ୪୦୦ ଶତାବ୍ଦୀର ବୋଲି ଅନୁମାନ କରାଯାଏ। ତାମିଲନାଡ଼ୁର ଆୟର ସମୁଦାୟର ଲୋକମାନେ ଏହାକୁ ଖେଳୁଥିଲେ।

ସବୁଠୁ ଶକ୍ତିଶାଳୀ ଷଣ୍ଢକୁ ପୁରସ୍କୃତ କରାଯାଇଥାଏ

ଜଲ୍ଲିକଟ୍ଟୁ ଶବ୍ଦ ‘ଜଲ୍ଲି’ ସୁନା ରୁପାର ମୁଦ୍ରା ଓ କଟ୍ଟୁ ବାନ୍ଧି ହୋଇଥିବାରୁ ଆସିଛି। ଏହି ଖେଳରେ ଷଣ୍ଢ ପିଠିରେ ମୁଦ୍ରାଥିବା ଥଳି ବାନ୍ଧି ଦିଆଯାଇଥାଏ। ପ୍ରତିଯୋଗୀ ଷଣ୍ଢଙ୍କୁ ନିୟନ୍ତ୍ରଣ କରିଥାନ୍ତି। ଷଣ୍ଢକୁ କାବୁ କରିଥିବା ପ୍ରତିଯୋଗୀ ତଥା ସବୁଠୁ ଶକ୍ତିଶାଳୀ ଷଣ୍ଢକୁ ପୁରସ୍କୃତ କରାଯାଇଥାଏ। ଏହି ପ୍ରତିଯୋଗିତା ପାଇଁ ବିଶେଷ କରି ପୁଲିକୁଲମ ଓ କଙ୍ଗାୟମ ପ୍ରଜାତିର ଷଣ୍ଢଙ୍କୁ ବ୍ୟବହାର କରାଯାଇଥାଏ। ଗୁରୁବାର ପ୍ରତିଯୋଗିତାରେ ୫୫୦ ଜଣ ଲୋକ ଅଂଶଗ୍ରହଣ କରିଥିଲେ। ତିନିଦିନିଆ ପ୍ରତିଯୋଗିତା ପାଇଁ ୧୧୦୦ ଷଣ୍ଢ ଓ ଷଣ୍ଢଙ୍କୁ ନିୟନ୍ତ୍ରଣ କରିବାକୁ ଲୋକ ପଞ୍ଜିକରଣ କରିଥିଲେ। ପଞ୍ଚମ ପର୍ଯ୍ୟାୟ ଶେଷ ପର୍ଯ୍ୟନ୍ତ ମୋଟ ୪୬୪ ଷଣ୍ଢକୁ ମୈଦାନକୁ ଛଡ଼ାଯାଇଥିଲା। ସେଥିରୁ ୨୭୫ ଷଣ୍ଢ ନିୟନ୍ତ୍ରଣକୁ ଆସିଥିଲେ। ପ୍ରତିଯୋଗିତା ସମୟରେ ୩୨ ଜଣ ଲୋକ ଆହତ ହୋଇଥିବାବେଳେ ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନେଦରଲାଣ୍ଡ ଓ ଜାପାନର ନାଗରିକ ମଧ୍ୟ ଏହି ଦୁଃସାହିକ ପ୍ରତିଯୋଗିତା ଦେଖିବାକୁ ଆସିଛନ୍ତି। ପ୍ରତିଯୋଗିତା ସମୟରେ ଷଣ୍ଢଙ୍କୁ ଦୌଡ଼ିବାକୁ ବାଧ୍ୟ କରିବାକୁ ବହୁ ପ୍ରକାର ଅତ୍ୟାଚାର କରାଯାଏ। ସେମାନଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଦିଆଯାଏ। ଏପରିକି ମଦ ପିଆଇ ଦିଆଯାଏ ବୋଲି ପଶୁପ୍ରେମୀ ଅଭିଯୋଗ କରି ଏହା ଉପରେ କଟକଣା ଲଗାଇବାକୁ ଅନେକ ପ୍ରୟାସ କରିଥିଲେ। ୨୦୦୬ରେ ମାଡ୍ରାସ ହାଇକୋର୍ଟ ଜଲ୍ଲିକଟ୍ଟୁ ଉପରେ କଟକଣା ଲଗାଇ ଦେଇଥିଲେ। କିନ୍ତୁ ଲୋକଙ୍କ ବିରୋଧ ପରେ ୨୦୦୯ ତାମିଲନାଡ଼ୁ ସରକାର ଏହାକୁ ନିୟମିତ କରିବାକୁ ଆଇନ ଆଣିଥିଲେ। କିନ୍ତୁ ଏହାକୁ ପଶୁଙ୍କ ଉପରେ କ୍ରୁରତା ଭାବେ ଗ୍ରହଣ କରି ୨୦୧୪ରେ ସୁପ୍ରିମକୋର୍ଟ ଏହା ଉପରେ ପ୍ରତିବନ୍ଧ ଲଗାଇଥିଲେ। ତଥାପି ତାମିଲନାଡ଼ୁ ସରକାର ଏକ ନୂଆ ଅଧ୍ୟାଦେଶ ବଳରେ ଏହାକୁ ଆଇନର ମାନ୍ୟତା ଦେଇଥିଲେ।

୨୦୧୭ରେ ଏକ ନୂଆ ଆଇନ ବଳରେ ଜଲ୍ଲିକଟ୍ଟୁ ଉତ୍ସବକୁ ପଶୁ କ୍ରୁରତା ଅଧିନିୟମରୁ ଛାଡ଼ ଦିଆଯାଇଥିଲା। ମେ’ ୨୦୨୩ରେ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତିରେ ତାମିଲନାଡୁ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଜଲିକଟ୍ଟୁ ଭଳି ପାରମ୍ପରିକ ଷଣ୍ଢ ଖେଳକୁ ଅନୁମତି ଦେଉଥିବା ରାଜ୍ୟ ଆଇନକୁ ସମର୍ଥନ କରିବା ସହିତ ୨୦୧୪ ର ନିଷେଧାଦେଶକୁ ପ୍ରତ୍ୟାହାର କରିଥିଲେ।

ଆହୁରି ପଢ଼ନ୍ତୁ: Iran backs down on 800 executions: ଟ୍ରମ୍ପଙ୍କ ଚେତାବନୀ ପରେ ଇରାନରେ ଅଟକିଲା ୮୦୦ ଜଣଙ୍କ ଫାଶୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe