ଜାମାଇକାରେ ଭୂକମ୍ପ, ସୁନାମି ସତର୍କତା

Advertisment
ଜାମାଇକାରେ ଭୂକମ୍ପ, ସୁନାମି ସତର୍କତା

latestly.com

ମିଆମି : ଜାମାଇକାରେ ୭.୭ ତୀବ୍ରତାର ଭୂକମ୍ପ ଆତଙ୍କ ଖେଳାଇ ଦେଇଛି। ଭୂକମ୍ପର ତୀବ୍ରତା ଅଧିକ ଥିବାରୁ ସୁନାମି ସତର୍କତା ଜାରି କରାଯାଇଛି। ଭୂକମ୍ପର ପ୍ରଭାବ ଆମେରିକା ମେନ୍‌ଲାଣ୍ଡ୍‌ରେ ବି ଅନୁଭୂତ ହୋଇଛି। ଭୂକମ୍ପ ଯୋଗୁଁ ଆଗୁଆ ପଦ‌କ୍ଷେପ ଗ୍ରହଣ କରି ମିଆମିରୁ ଲୋକମାନଙ୍କୁ ସେମାନଙ୍କ ବାସବଭାବନରୁ ଖାଲି କରାଯାଇଛି। ଜାମାଇକା, ଲ୍ୟୁସିଆଠାରୁ ୧୨୫ କିମି ଉତ୍ତର ପଶ୍ଚିମରେ ୧୦ କିମି ଗଭୀରତାରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ତେବେ ଭୂକମ୍ପ ଯୋଗୁଁ ଏଯାଏଁ କୌଣସି ମୃତାହତ ହୋଇଥିବା ଜଣାପଡ଼ିନାହିଁ। ଭୂକମ୍ପ ପରେ ଆମେରିକୀୟ ସୁନାମି ୦.୩ରୁ ୧ ମିଟର ଉଚ୍ଚରେ ସୁନାମି ଆସିବ ବୋଲି ସତର୍କ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe