ଜମାଲ୍‌ ଖ‌ସୋଗିଙ୍କ ହତ୍ୟା ପାଇଁ କ୍ରାଉନ୍‌ ପ୍ରିନ୍ସଙ୍କ ୭ ଜଣିଆ ଟିମ୍‌ ନିୟୋଜିତ ଥିଲେ

Advertisment
ଜମାଲ୍‌ ଖ‌ସୋଗିଙ୍କ ହତ୍ୟା ପାଇଁ କ୍ରାଉନ୍‌ ପ୍ରିନ୍ସଙ୍କ ୭ ଜଣିଆ ଟିମ୍‌ ନିୟୋଜିତ ଥିଲେ

Middle East Eye

ୱାସିଂଟନ : ସାମ୍ବାଦିକ ଜମାଲ ଖସୋଗିଙ୍କ ବର୍ବର ହତ୍ୟା ମାମଲାରେ ଆଜି ଆମେରିକା ଆଉ କେତେକ ଗୋପନୀୟ ତଥ୍ୟ ପ୍ରଘଟ କରିଛି। ୨୦୧୮ରେ ‘ୱାସିଂଟନ ପୋଷ୍ଟ୍‌’ରେ ସାଉଦି ଆରବ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସୁଲେମାନଙ୍କ ବିରୋଧରେ ଲେଖା ପ୍ରକାଶ କରିଥିବାରୁ ଜମାଲ୍‌ଙ୍କୁ ହତ୍ୟା କରିବା ପାଇଁ ନିଜେ ସୁଲେମାନ ନିର୍ଦ୍ଦେଶ ଦେଇଥିଲେ ଏବଂ ଏଥିପାଇଁ ୭ ଜଣିଆ ଟିମ୍‌ ଗଠନ ହୋଇଥିଲା। ଜମାଲଙ୍କୁ ଅନ୍ୟ ରାଷ୍ଟ୍ରରେ ହତ୍ୟା କରିବା ପାଇଁ ଯୋଜନା ହୋଇଥିଲା ଏବଂ ସୁଲେମାନଙ୍କ ସ୍ବତନ୍ତ୍ର ‘କିଲ୍‌ ଟିମ୍‌’ ତୁର୍କୀର ଇସ୍ତାନବୁଲରେ ସାଉଦି ଆରବ ଦୂତାବାସରେ ହିଁ ତାଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ଗତବର୍ଷ ୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଘୋଷଣା ହୋଇଥିଲା। ତେବେ ସବୁକିଛି କ୍ରାଉନ୍‌ ପ୍ରିନ୍ସଙ୍କ ନିର୍ଦ୍ଦେଶରେ ହୋଇଥିବାରୁ ଆମେରିକା ଏ ନେଇ ଉଦ୍‌ବେଗ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe