ଜାମିଆ ହିଂସା ଘଟଣା: ୧୦ ଗିରଫ, ୩୧ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ

Advertisment

ଗୃହ ମନ୍ତ୍ରାଳୟରେ ଦିଲ୍ଲୀ ପୁଲିସର ରିପୋର୍ଟ ଦାଖଲ

ଗୃହ ମନ୍ତ୍ରାଳୟରେ ଦିଲ୍ଲୀ ପୁଲିସର ରିପୋର୍ଟ ଦାଖଲ

ଜାମିଆ ହିଂସା ଘଟଣା: ୧୦ ଗିରଫ, ୩୧ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ

GNS News

ନୂଆଦିଲ୍ଲୀ: ଜାମିଆ ନଗର ହିଂସାକାଣ୍ଡ ଘଟଣାରେ ଆଜି ଦିଲ୍ଲୀ ପୁଲିସ ଦ୍ବାରା କେନ୍ଦ୍ର ଗୃହ ମନ୍ତ୍ରାଳୟରେ ବିସ୍ତୃତ ରିପୋର୍ଟ ଦାଖଲ କରାଯାଇଛି। ଦିଲ୍ଲୀ ପୁଲିସ ଦ୍ବାରା ଦାଖଲ ରିପୋର୍ଟରେ କୁହାଯାଇଛି ଯେ ଜାମିଆ ନଗର ହିଂସାକାଣ୍ଡରେ ୩୧ ସୁରକ୍ଷାକର୍ମୀ ଏବଂ ୬୭ ଲୋକ ଆହତ ହୋଇଛନ୍ତି। ୩୪ ଗାଡ଼ି ଭଙ୍ଗାରୁଜା କରାଯାଇଛି। ହିଂସା ନେଇ ପୁଲିସ ଦ୍ବାରା ଏଯାବତ୍‌ ୪୭ ଜଣ ଗିରଫ ‌ହୋଇଛନ୍ତି। ହିଂସାକାଣ୍ଡର ୩ ଦିନ ପରେ ଦିଲ୍ଲୀ ପୁଲିସ ପକ୍ଷରୁ ଏନେଇ ଗୃହ ମନ୍ତ୍ରାଳୟରେ ରିପୋର୍ଟ ଦିଆଯାଇଛି। ଦିଲ୍ଲୀ ପୁଲିସ ଦ୍ବାରା ଆଜି ଏହି ମାମଲାରେ ଅପରାଧ ପୃଷ୍ଟଭୂମିର ୧୦ ଜଣଙ୍କୁ ଗିରଫ କରାଯାଇଛି। ୧୫ ଜଣ ଲୋକଙ୍କ ବିରୋଧରେ ମଧ୍ୟ ଏକ ଏଫ୍ଆଇଆର ରୁଜୁ ହୋଇଛି। ଅନ୍ୟପକ୍ଷେ ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଆଜି କହିଛନ୍ତି ଯେ ଗତ ରବିବାର ଦିନ ଜାମିଆ ମିଲିୟା ଇସଲାମିଆ ନିକଟରେ ପୁଲିସ କୌଣସି ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ମାଡ଼ କରିନଥିଲା। କିନ୍ତୁ ଗୋଟିଏ ଖାଲି କାଟ୍ରିଜ୍‌ ସମ୍ପୃକ୍ତ ଅଞ୍ଚଳରୁ ମିଳିଥିଲା। ଏନେଇ ତଦନ୍ତ ଜାରି ରହିଛି ବୋଲି ମନ୍ତ୍ରାଳୟ ଅଧିକାରୀ କହିଛନ୍ତି।

ନୂଆଦିଲ୍ଲୀ: ସିଏଏକୁ ବିରୋଧ କରି ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ ନିକଟରେ ହୋଇଥିବା ହିଂସା‌ ଘଟଣାରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୧୦ ଜଣ ଯାକ ବ୍ୟକ୍ତି ଅପରାଧ ପୃଷ୍ଠଭୂମିର ଏବଂ ସେମାନେ କେହି ଛାତ୍ର ନଥିବା ଜଣାପଡ଼ିଛି। ଦିଲ୍ଲୀ ‌କୋର୍ଟ ଉକ୍ତ ୧୦ ଜଣଙ୍କୁ ଆସନ୍ତା ୩୧ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶର ମଉରେ ଗତକାଲି ରାତିରେ ହୋଇଥିବା ହିଂସା ଘଟଣାରେ ପୁଲିସ ୧୯ ଜଣଙ୍କୁ ଗିରଫ କରିଛି। ମଉରେ ଅନ୍ୟାଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ କଲେଜ ବନ୍ଦ ରହିବ ବୋଲି ପ୍ରଶାସନ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe