ଜାମିଆ ହିଂସା: ଲାଇବ୍ରେରିରେ ବିଦ୍ୟାର୍ଥୀମାନଙ୍କୁ ପୁଲିସ ଆକ୍ରମଣର ଫୁଟେଜ୍‌ ରିଲିଜ୍‌

Advertisment
ଜାମିଆ ହିଂସା: ଲାଇବ୍ରେରିରେ ବିଦ୍ୟାର୍ଥୀମାନଙ୍କୁ ପୁଲିସ ଆକ୍ରମଣର ଫୁଟେଜ୍‌ ରିଲିଜ୍‌

Image Source: India Today

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଉପରେ ପୁଲିସ ଆକ୍ରମଣର ଦୃଶ୍ୟ ଥିବା ଏକ ନୂଆ ସିସିଟିଭି ଫୁଟେଜ୍‌ ରିଲିଜ୍‌ ହୋଇଛି। ଡିସେମ୍ବର ୧୫ ତାରିଖ ଦିନ ପୁଲିସ କର୍ମଚାରୀମାନେ ଜାମିଆର ‘ଓଲଡ୍‌ ରିଡିଙ୍ଗ୍‌ ହଲ୍‌’ ମଧ୍ୟରେ ପ୍ରବେଶ କରି ବିଦ୍ୟାର୍ଥୀମାନଙ୍କୁ ମାଡ଼ ମାରିଥିବା କଥା ଏଥିରୁ ଜଣାପଡୁଛି।

‘ଜାମିଆ କୋଅର୍ଡିନେସନ୍‌ କମିଟି’ ଦ୍ୱାରା ରିଲିଜ୍‌ ହୋଇଥିବା ଏହି ଫୁଟେଜ୍‌ରେ ଦେଖାଯାଉଛି ରିଡିଙ୍ଗ୍‌ ହଲ୍‌ରେ ଛାତ୍ରମାନେ ବସି ପଢୁଛନ୍ତି। ସେହି ସମୟରେ ପୁଲିସ କର୍ମଚାରୀମାନେ ହଲ୍‌ ମଧ୍ୟକୁ ପ୍ରବେଶ କରି ସେମାନଙ୍କୁ ଲାଠିରେ ପିଟିବା ସହ ଅନ୍ୟାନ୍ୟ ଜିନିଷପତ୍ର ନଷ୍ଟ କରୁଛନ୍ତି।

publive-image grabbed form video

ଫୁଟେଜ୍‌ ସହ ଏକ ବିବୃତି ମଧ୍ୟ ଦିଆଯାଇଛି। ବିବୃତିରେ କୁହାଯାଇଛି ଯେ ପୁଲିସ ଫୋର୍ସଙ୍କର ବର୍ବରତା ଏହି ଫୁଟେଜ୍‌ରୁ ଜଣାପଡୁଛି। ‘ଓଲ୍‌ଡ୍‌ ରିଡିଙ୍ଗ୍‌ ହଲ୍‌’ରେ ପରୀକ୍ଷା ପାଇଁ ପଢ଼ାପଢ଼ି କରୁଥିବା ବିଦ୍ୟାର୍ଥୀମାନଙ୍କୁ ରାଷ୍ଟ୍ରାୟତ ଆତଙ୍କବାଦୀମାନେ ନିର୍ଦ୍ଦୟ ଭାବେ ଆକ୍ରମଣ କରୁଛନ୍ତି।

ଡିସେମ୍ବର ୧୫ ତାରିଖ ଦିନ ଜାମିଆ ନିକଟରେ ‘ସିଏଏ’ ବିରୋଧରେ ପ୍ରତିବାଦ ଚାଲିଥିଲା। ହଠାତ୍‌ ତାହା ହିଂସାତ୍ମକ ରୂପ ନେବାରୁ ପ୍ରତିବାଦକାରୀମାନେ ପୁଲିସ ଉପରକୁ ଟେକାପଥର ଫିଙ୍ଗିଥିଲେ। କେତେକ ସରକାରୀ ଓ ବେସରକାରୀ ଗାଡ଼ି ମଧ୍ୟ ପୋଡ଼ି ପକାଇଥିଲେ।

ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବାକୁ ପୁଲିସ ଲାଠି ଚାଳନା କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଏଥିରେ କେତେକ ବିଦ୍ୟାର୍ଥୀ ମଧ୍ୟ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe